ETV Bharat / sports

ସେମି ଝଟକା ପରେ ରୋହିତ କହିଲେ ପ୍ରତ୍ୟେକଙ୍କୁ ଚାପରେ ଖେଳିବା ଶିଖାଇବା ଅସମ୍ଭବ

author img

By

Published : Nov 10, 2022, 10:13 PM IST

ସେମିରେ ପରାଜିତ ହେବା ପରେ ଭାରତର ଟି-୨୦ ଅଭିଯାନ ଶେଷ ହୋଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

T20 WORLD CUP YOU CANT TEACH ANYONE TO HANDLE PRESSURE SAYS ROHIT
ମ୍ୟାଚ୍‌ ପରେ ରୋହିତଙ୍କ ପ୍ରତିକ୍ରିୟା, କହିଲେ ପ୍ରତ୍ୟେକଙ୍କୁ ଚାପରେ ଖେଳିବା ଶିଖାଇବା ଅସମ୍ଭବ

ଆଡିଲେଡ୍‌: ଇଂଲଣ୍ଡ ବିପକ୍ଷରେ ପରାଜିତ ହୋଇଛି ଭାରତ । ସେମିରେ ପରାଜିତ ହେବାପରେ ଭାରତର ଟି୨୦ ଅଭିଯାନ ଶେଷ ହୋଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ରୋହିତ ଶର୍ମା । ଖେଳାଳିଙ୍କ ଉପରେ ଅଧିକ ଚାପ ଥିବାରୁ ପରାଜିତ ହେଲୁ ବୋଲି କହିଛନ୍ତି ରୋହିତ ଶର୍ମା ।

ମ୍ୟାଚ୍‌ ପରେ ରୋହିତ ଶର୍ମା କହିଛନ୍ତି, "ଆଜିର ଏହି ଫଳାଫଳକୁ ନେଇ ଆମେ ଖୁସି ନାହୁଁ । ଆମେ ଆଜି ଭଲ ବ୍ୟାଟିଂ କରି ଟାର୍ଗେଟ୍‌ ଦେଇଥିଲୁ । କିନ୍ତୁ ଆମେ ଭଲ ବୋଲିଂ ପ୍ରଦର୍ଶନ କରିବାରେ ବିଫଳ ହୋଇଛୁ । ଏହା ଏମିତି ଏକ ପିଚ୍‌ ନୁହେଁ ଯେ, କୌଣସି ଟିମ୍‌ ଏଭଳି ଏକ ଟାର୍ଗେଟକୁ ୧୬ ଓଭରରେ ହାସଲ କରିନେବ । ଆମେ ଭଲ ବୋଲିଂ କରି ପାରିଥାଆନ୍ତୁ । କିନ୍ତୁ ଆଜି ଆମେ ତାହା କରି ପାରିନୁ ।"

ସେହିଭଳି ନକ୍‌ଆଉଟ ମ୍ୟାଚ୍‌କୁ ନେଇ ରୋହିତ ଶର୍ମା କହିଛନ୍ତି, "କଥା ହେଉଛି ଆମେ କିଭଳି ଚାପ ନେଉଛୁ । ପ୍ରତ୍ୟେକ ଖେଳାଳିଙ୍କ ଉପରେ ଚାପ ରହିଥିଲା । କିନ୍ତୁ ପ୍ରତ୍ୟେକ ଖେଳାଳିଙ୍କୁ ଚାପରେ ରହି କିଭଳି ଭଲ ପ୍ରଦର୍ଶନ କରିବେ ତାହା ଶିଖା ଯାଇ ପାରିବ ନାହିଁ । IPLରେ ଆମ ଖେଳାଳିମାନେ ପ୍ଲେ-ଅଫ୍‌ ମ୍ୟାଚ୍‌ରେ ଚାପ ନେଇ ଭଲ ପ୍ରଦର୍ଶନ କରିଛନ୍ତି । କନ୍ତୁ ଆଜି ଆମେ ଯେଭଳି ବୋଲିଂ ଆରମ୍ଭ କଲୁ ତାହା ଆଶାତୀତ ନଥିଲା ।"

ଇଂଲଣ୍ଡର ଓପନରଙ୍କୁ ନେଇ ମଧ୍ୟ ରୋହିତ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ଇଂଲଣ୍ଡର ଦୁଇ ଓପରନ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଓଭରରେ ସାମାନ୍ୟ ସ୍ବିଙ୍ଗ୍‌ ଦେଖିବାକୁ ମିଳିଥିଲା । କିନ୍ତୁ ସଠିକ ସ୍ଥାନରେ ବୋଲିଂ କରି ପାରିନୁ । ସ୍କ୍ବୋୟାର ୱିକେଟର ଅଧିକ ରନ୍‌ ହେବ ଆମେ ଆଗରୁ ଭାବିଥିଲୁ ।"

ରୋହିତ ଆହୁରି ମଧ୍ୟ କହିଛନ୍ତି, "ଆମେ ଯେତେବେଳେ ପ୍ରଥମ ମ୍ୟାଚ ଜିତିଲୁ ଆମେ ଆତ୍ମବିଶ୍ବାସ ବଢ଼ି ଯାଇଥିଲା । ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ମଧ୍ୟ ସଂଘର୍ଶପୂର୍ଣ୍ଣ ଥିଲା । ସେହିଭଳି ଭାବରେ ଆମେ ଆଜିର ମ୍ୟାଚ୍‌ରେ ମଧ୍ୟ ଫେରିବାକୁ ଲକ୍ଷ୍ୟ ରଖିଥିଲୁ । କିନ୍ତୁ ତାହା ସମ୍ଭବ ହୋଇ ପାରିନି ।"

ସେପଟେ ବିଜୟକୁ ନେଇ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ଜୋଶ ବଟଲର । ସେ କହିଛନ୍ତି, "ଆମ ଟିମ୍‌ ଖେଳାଳିମାନେ ଯେଉଭଳି ଭାବରେ ପ୍ରଦର୍ଶନ କରିଛନ୍ତି ତାହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ । ଆମେ ଉତ୍ସାହିତ ଅଛୁ । ଆଶା କରୁଛୁ ଏଭଳି ପ୍ରଦର୍ଶନ ଆମେ ଜାରି ରଖିବୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.