ETV Bharat / sports

T20 World Cup: ଧୋଇଯିବ ଭାରତ ପାକିସ୍ତାନ ମ୍ୟାଚ !

author img

By

Published : Oct 21, 2022, 10:22 PM IST

ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣରେ ବର୍ଷା ହେବାର ଆଶଙ୍କା ରହିଛି । ଯଦି ଏପରି ହୁଏ ତାହେଲେ ଏହି ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ଧୋଇ ଯିବାର ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

T20 World Cup : ଧୋଇଯିବ ଭାରତ ପାକିସ୍ତାନ ମ୍ୟାଚ !
T20 World Cup : ଧୋଇଯିବ ଭାରତ ପାକିସ୍ତାନ ମ୍ୟାଚ !

ମେଲବର୍ଣ୍ଣ: ଆରମ୍ଭ ହୋଇଯାଇଛି ଫଟାଫଟ କ୍ରିକେଟ ମହାସମର । ଅକ୍ଟୋବର ୨୩ ତାରିଖ ତଥା ରବିବାର ଦିନ ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଭାରତ ବନାମ ପାକିସ୍ତାନର ଏହି ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ କିକ୍ରେଟ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ହେଲେ ଏହାରି ଭିତରେ ମେଲବର୍ଣ୍ଣରୁ ଆସିଛି ପାଣିପାଗ ଖବର । ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣରେ ବର୍ଷା ହେବାର ଆଶଙ୍କା ରହିଛି । ଯଦି ଏପରି ହୁଏ ତାହେଲେ ଏହି ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ଧୋଇ ଯିବାର ଅନୁମାନ କରାଯାଉଛି । ତେବେ ମେଲବର୍ଣ୍ଣରେ ରବିବାର 95 ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ସେଠାକର ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ମେଲବର୍ଣ୍ଣରେ ଅକ୍ଟୋବର ୨୧ ତାରିଖରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପାଣିପାଗ ଭଲ ରହିବ ନାହିଁ ବୋଲି ସୂଚନା ମିଳିଛି । ତେବେ ଅକ୍ଟୋବର ୨୩ ତାରିଖ ଦିନ ପାଣିପାଗକୁ ନେଇ ଭବିଷ୍ୟବାଣୀ କରିଛି ଅଷ୍ଟ୍ରେଲିଆ ମୌସମୀ ବିଜ୍ଞାନ ବ୍ୟୁରୋ । ଅଷ୍ଟ୍ରେଲିଆ ମୌସମୀ ବିଜ୍ଞାନ ବ୍ୟୁରୋ କହିଛି, "ମେଲବର୍ଣ୍ଣରେ ପାଣିପାଗ ସ୍ଥିତି ଭଲ ରହିବ ନାହିଁ । ଆକାଶରେ ବାଦଲ ରହିବ । ବର୍ଷା ହେବାର ଅଧିକ ଆଶଙ୍କା ରହିଛି । ଅପରାହ୍ନ ଏବଂ ସଂନ୍ଧ୍ୟା ସମୟରେ ବର୍ଷା ହୋଇପାରେ । ୧୫ ରୁ ୨୫ କିଲୋମିଟରେ ଦିଗରେ ପବନ ମଧ୍ୟ ବହିପାରେ ।"

ଭାରତୀୟ ସମୟ ଅପରାହ୍ନ ୧.୩୦ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ । ମେଲବର୍ଣ୍ଣରେ ଏହି ସମୟ ପ୍ରାୟ ସନ୍ଧ୍ୟା ୭ ଟା ହୋଇଥିବ । ତେବେ ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ଅନୁଯାୟୀ ଅପରାହ୍ନ ଏବଂ ସନ୍ଧ୍ୟାରେ ହିଁ ପାଣିପାଗ ଅଧିକ ଖରାପ ରହିବାର ଆଶଙ୍କା ରହିଛି । ବର୍ଷା ହେବା ନେଇ ମଧ୍ୟ ବହୁତ ଆଶଙ୍କା ରହିଛି । ତେଣୁ କ୍ରିକେଟ ପ୍ରେମୀଙ୍କୁ ଭାରତ ପାକିସ୍ତାନ ମ୍ୟାଚ ଧୋଇ ଯିବାର ଭୟ ଦେଖାଦେଇଛି । ନିକଟରେ ଭାରତ ବନାମ ନ୍ୟୁଜଲାଣ୍ଡର ୱାର୍ମଅପ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବର୍ଷାର ଆଶଙ୍କା ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ରହିଛି । ବୁଧବାର ଓ ଗୁରୁବାର (୬୦ ପ୍ରତିଶତ) ମଧ୍ୟମ ଧରଣରୁ ବର୍ଷା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.