ETV Bharat / sports

BCCI କୋର୍ଟକୁ ବଲ ଫିଙ୍ଗିଲେ କୋଚ ରାହୁଲ, କହିଲେ ଖେଳାଳିଙ୍କୁ ବିଦେଶୀ ଲିଗ୍‌ ଖେଳିବାକୁ ଛାଡ !

author img

By

Published : Nov 10, 2022, 10:17 PM IST

ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡଠାରୁ ଭାରତ ୧୦ ୱିକେଟ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ । ଭାରତୀୟ ଖେଳାଳିଙ୍କ ବିଦେଶୀ ଲିଗ୍‌ ଖେଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

t20-wc-should-have-scored-180-on-this-surface-says-indian-coach-dravid-after-loss-to-england
ବିଦେଶୀ ଲିଗ୍‌ ଦ୍ବାରା ଭାରତୀୟ ଖେଳାଳିଙ୍କୁ ଫାଇଦା ହୋଇପାରେ: ରାହୁଲ ଦ୍ରାବିଡ

ଆଡିଲେଡ୍‌: ଟି୨୦ ବିଶ୍ବକପ୍‌ରେ ଇଂଲଣ୍ଡଠାରୁ ଭାରତ ୧୦ ୱିକେଟ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ । ଭାରତ ଆଉ ୨୦ରୁ ୨୫ ରନ୍‌ ଅଧିକ କରି ପାରିଥାାନ୍ତା ବୋଲି କହିଛନ୍ତି ରାହୁଲ ଦ୍ରାବିଡ । ଆଡିଲେଡ୍‌ ପିଚ୍‌ ଭାରତ ସମସ୍ତ ବିଭାଗରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରି ପାରିଥାଆନ୍ତା ବୋଲି କହିଛନ୍ତି ରାହୁଲ ଦ୍ରାବିଡ ।

ମ୍ୟାଚ୍‌ ପରେ ପ୍ରତିକ୍ରିୟା ଦେଇ ରାହୁଲ ଦ୍ରାବିଡ କହିଛନ୍ତି, "ସେମିଫାଇନାଲ ମ୍ୟାଚ୍‌ ଆମେ ଯେଉଁଭଳି ଭାବରେ ଶେଷ କରିଛୁ ତାହାକୁ ନେଇ ଆମେ ଖୁସି ନାହୁଁ । ଆମେ ଆହୁରି ଭଲ ପ୍ରଦର୍ଶନ କରି ପାରିଥାଆନ୍ତୁ । ଆଜି ଇଂଲଣ୍ଡ ଆମଠାରୁ ଭଲ କ୍ରିକେଟ ଖେଳିଛି । ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରି ଆସିଥିଲୁ । ଆମେ ସେହି ଟିମ୍‌ ଯିଏ ଅଷ୍ଟ୍ରେଲିଆରେ ୧୮୦ରୁ ଅଧିକ ସ୍କୋର୍‌ କରିଥିଲୁ ।"

ମ୍ୟାଚ୍‌ ପରେ ମୁଖ୍ୟକୋଚ୍‌ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏଠାରେ ସେ କହିଛନ୍ତି, "ପ୍ରଥମେ ଆମ ଖେଳାଳିମାନେ ପିଚ୍‌ ଧିମା ଥିବ ନେଇ କହିଥିଲେ । ଯାହାଫଳରେ ଆମେ ୨୦ରୁ ୨୫ ରନ୍‌ ପଛରେ ପଡ଼ି ଯାଇଥିଲୁ । ଏଠାରେ ୧୮୦ରୁ ୧୮୫ ରନ୍‌ ହୋଇ ପାରିଥାଆନ୍ତା । ଗତ ମ୍ୟାଚ୍‌ଗୁଡ଼ିକରେ ଆମର କ୍ରିକେଟର ଭଲ ପ୍ରଦର୍ଶନ କରି ଆସିଛନ୍ତି । କିନ୍ତୁ ଆଜି ତାହା କରିବା ସମ୍ଭବପର ହୋଇ ପାରିନି । ଶେଷ ବେଳକୁ ହାର୍ଦ୍ଦିକ ଭଲ ବ୍ୟାଟିଂ କରିଥିଲେ ।"

ରାହୁଲ ଦ୍ରାବିଡ ଆହୁରି ମଧ୍ୟ କହିଛନ୍ତି, "ଟି ୨୦ ବିଶ୍ବକପ୍‌ରେ ଆମର ଅଭିଯାନ ଭଲ ଥିଲା । ଆମେ ଏଠାରେ ଭଲ ଟି୨୦ କ୍ରିକେଟ ଖେଳିଛୁ । ଆମେ ଏହି ମ୍ୟାଚ୍‌ରୁ ଅନେକ କିଛି ଶିକ୍ଷାଲାଭ କରିଛୁ । ତାହାକୁ ଆମେ ଆଗାମୀ ମ୍ୟାଚ୍‌ରେ କାର୍ଯ୍ୟରେ ଲଗାଇବୁ ।"

ସେପଟେ ଇଂଲଣ୍ଡଠାରୁ ମ୍ୟାଚ୍‌ ହାରିବା ପରେ ରାହୁଲ ଦ୍ରାବିଡ ଭାରତୀୟ ଖେଳାଳିଙ୍କ ବିଦେଶୀ ଲିଗ୍‌ ଖେଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତା ସହିତ ସେ ଟି୨୦ କ୍ରିକେଟରେ ସିନିଅର ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ବର୍ତ୍ତମାନ ଏହି ଖେଳାଳିଙ୍କ ଅବସର କଥା ଚିନ୍ତା କରିବା ସମୟ ନୁହେଁ । କିନ୍ତୁ ବିଦେଶୀ ଲିଗ୍‌ ଖେଳିବା ଦ୍ବାରା ଭାରତକୁ ଫାଇଦା ହୋଇପାରେ । କିନ୍ତୁ ଏହାକୁ ଶେଷ ନିଷ୍ପତ୍ତି BCCI ହିଁ ନେଇ ପାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.