ETV Bharat / sports

IPL2021: ମୁମ୍ବାଇକୁ ୧୫୫ ରନ୍‌ରେ ରୋକିଲା KKR

author img

By

Published : Sep 23, 2021, 10:11 PM IST

Updated : Sep 23, 2021, 10:25 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତା...

IPL 2021: KKR restrict Mumbai Indians to 155-6
IPL 2021: ମୁମ୍ବାଇକୁ ୧୫୫ ରନ୍‌ରେ ରୋକିଲା KKR

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ୩୪ତମ ମ୍ୟାଚ୍‌ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓପନର କ୍ବିଣ୍ଟନ ଡିକକ୍‌ ସର୍ବାଧିକ ୫୫ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି କ୍ୟାପଟେନ ରୋହିତ ଶର୍ମା ୩୩ ଓ କିରଣ ପୋଲାର୍ଡ ୨୧ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୫, ଇଶାନ କିଶ ୧୪ ଓ କ୍ରୁଣାଳ ପାଣ୍ଡ୍ୟା ୧୨ ରନ୍‌ କରିଛନ୍ତି ।

ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସର ସମସ୍ତ ବୋଲର କଞ୍ଜୁସି ବୋଲିଂ କରିବା ସହ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ବଡସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ । ପ୍ରସିଦ୍ଧ କ୍ରୀଷ୍ଣା ଓ ଲୁକି ଫର୍ଗୁସନ ସର୍ବାଧିକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଷ୍ଟାର ସ୍ପିନର ସୁନୀଲ ନାରିନଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2021, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.