ETV Bharat / sports

ଏଇଠି ଅଛି ସଚିନ ରେଲୱେ ଷ୍ଟେସନ

author img

By ETV Bharat Odisha Team

Published : Nov 29, 2023, 3:05 PM IST

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ରେଲୱେ ଷ୍ଟେସନ । ଫଟୋ ସେୟାର କଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର । ଜାଣିବାକୁ ଚାହାନ୍ତି କି କେଉଁଠି ଅଛି ଏ ଷ୍ଟେସନ । ପଢନ୍ତୁ ପୁରା ଖବର ।

sachin railway station
ସଚିନ ରେଲୱେ ଷ୍ଟେସନ

ହାଇଦ୍ରାବାଦ: ମାଷ୍ଟର ବ୍ଲାଷ୍ଟରଙ୍କ ନାମରେ ରେଲୱେ ଷ୍ଟେସନ । ଫଟୋ ସେୟାର କଲେ ଲିିଟିଲ ମାଷ୍ଟର । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଏକ ରେଳ ଷ୍ଟେସନ ରହିଛି । ଜାଣିଛନ୍ତି କି ଏହା କେଉଁଠାରେ ରହିଛି । ଭାରତୀୟ ପୂର୍ବତନ କ୍ରିକେଟର ତଥା ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କ ସୋସିଆଲ ମିଡିଆରେ ସଚିନ ରେଲୱେ ଷ୍ଟେସନରୁ ଫଟୋ ସେୟାର କରିଛନ୍ତି ।

ଭାରତୀୟ ପୂର୍ବତନ କ୍ରିକେଟର ତଥା ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ ଗୁଜୁରାଟ ସୁରଟ ରେଲୱେ ଷ୍ଟେସନରୁ ଏକ ଫଟୋ ସେୟାର କରିଛନ୍ତି । ସେ କହିଛନ୍ତି, '' ମୋ ପସନ୍ଦର ବ୍ୟକ୍ତି ନାମରେ ଏକ ରେଲୱେ ଷ୍ଟେସନ ଦେଖି ମୁଁ ବହୁତ ଖୁସି । ପୂର୍ବରୁ କିଛି ଲୋକ ଏହି ଷ୍ଟେସନର ନାମ ଆମ କ୍ରିକେଟର ସଚିନଙ୍କ ନାମରେ ରଖିଛନ୍ତି । ସେ ସମସ୍ତଙ୍କର ପସନ୍ଦର ଖେଳାଳି ମାତ୍ର ସେ ମୋର ସବୁଠୁ ପସନ୍ଦର ବ୍ୟକ୍ତି । ଗୁଜୁରାଟର ସୁରଟରେ ଏହି ରେଳ ଷ୍ଟେସନ ରହିଛି ।

ଏହା ବି ପଢନ୍ତୁ...Grand statue of Sachin: ହୋମଗ୍ରାଉଣ୍ଡ ୱାଙ୍ଖଡେରେ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଏହା ବି ପଢନ୍ତୁ...ଟିଟ୍ବେଣ୍ଟି ବିଶ୍ବକପ 2024: ତାଞ୍ଜାନିଆକୁ ହରାଇ ଟିକେଟ ହାତେଇଲା, ଟୁର୍ଣ୍ଣାମେଣ୍ଟ ଖେଳିବ ନାମ୍ବିଆ

କ୍ରିକେଟ ଦୁନିଆରେ ଏହି କିମ୍ବଦନ୍ତୀ ସନୀ ବା ଲିଟଲ ମାଷ୍ଟର ନାମରେ ଜଣାଶୁଣା । କ୍ୟାରିଅରରେ ମୋଟ 10 ହଜାର 122 ରନ୍‌ କରିଛନ୍ତି ସୁନୀଲ ଗାଭାସ୍କର । ଚ୍ୟାଲେଞ୍ଜିଂ ପିଚ୍‌ରେ ବି ତାଙ୍କ ବ୍ୟାଟିଂ କୌଶଳ ଦେଖାଇ ସମସ୍ତଙ୍କୁ ଆଚମ୍ବିତ କରାଉଥିଲେ । 2005 ପର୍ଯ୍ୟନ୍ତ ଗାଭାସ୍କରଙ୍କ ନାମରେ ସର୍ବାଧିକ ଟେଷ୍ଟ ଶତକ ରହିଥିଲା । ଏହାପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ରେକର୍ଡ ଭାଙ୍ଗିଥିଲେ । ବିଶେଷ କରି ଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ 13 ଶତକ ହାସଲ କରିଛନ୍ତି ସୁନୀଲ ଗାଭାସ୍କର।

1971 ମସିହାରେ ସେ ଇଣ୍ଡିଜ୍‌ ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ । କ୍ୟାରିଅରରେ ମୋଟ 125ଟି ଟେଷ୍ଟ ମ୍ୟାଚ୍‌ ଖେଳି 10122 ରନ୍‌ କରିଛନ୍ତି ଗାଭାସ୍କର । ଯେଉଁଥିରେ 45ଟି ଅର୍ଦ୍ଧ ଶତକ ସାମିଲ ଥିବା ବେଳେ 34ଟି ଶତକ ସାମିଲ ରହିଛି। 51.12 ହାରରେ ସେ ରନ୍‌ ହାସଲ କରିଛନ୍ତି। ସେ 27ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । 1983 ବିଶ୍ବକପ ବିଜୟୀ ଭାରତର ସଦସ୍ୟ ଥିଲେ ସୁନୀଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.