ETV Bharat / sports

IND VS ENG: ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି

author img

By

Published : Aug 11, 2021, 9:46 PM IST

ଭାରତ ଓ ଇଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଇଂଲଣ୍ଡର ଅଭିଜ୍ଞ ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ । ଡାହାଣ ଗୋଇଠିରେ ଆଘାତ ଯୋଗୁଁ ତାଙ୍କୁ ବିଶ୍ରାମ କରିବାକୁ ଉପଦେଶ ଦେଇଛନ୍ତି ଫିଜିଓ । ଆଉ ଜଣେ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଆହତଜନିତ ସମସ୍ୟା ଦେଇ ଗତି କରୁଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

IND VS ENG: ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଷ୍ଟୁଆର୍ଟ ବ୍ରଡ
IND VS ENG: ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଭାରତ ଓ ଇଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଇଂଲଣ୍ଡର ଅଭିଜ୍ଞ ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ । ଡାହାଣ ଗୋଇଠିରେ ଆଘାତ ଯୋଗୁଁ ତାଙ୍କୁ ବିଶ୍ରାମ କରିବାକୁ ଉପଦେଶ ଦେଇଛନ୍ତି ଫିଜିଓ । ଏହାକୁ ନେଇ ଇଂଲଣ୍ଡ ଓ ୱେଲସ୍ କ୍ରିକେଟ ବୋର୍ଡ ବୁଧବାର ସୂଚନା ଦେଇଛି ।

ସେପଟେ ଇଂଲଣ୍ଡର ଆଉ ଜଣେ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଆହତଜନିତ ସମସ୍ୟା ଦେଇ ଗତି କରୁଥିବା ସୂଚନା ମିଳିଛି । ତେବେ ସେ ଦ୍ବିତୀୟ ଟେଷ୍ଟ ଖେଳିବେ କି ନାହିଁ ସେନେଇ ସନ୍ଦେହ ଦେଖା ଦେଇଛି । ଆଣ୍ଡରସନଙ୍କ ଜଙ୍ଘରେ ମାଂସପେଶୀଜନିତ ଆଘାତ ଲାଗିଛି । ତାଙ୍କ ଆଘାତ କେତେ ଗମ୍ଭୀର ତାହାକୁ ନେଇ ଇସିବି ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ପ୍ରଥମ ଟେଷ୍ଟରେ ଉଭୟ ବୋଲର ଦମଦାର ବୋଲିଂ କରିଥିଲେ । ତେବେ ଆହତଜନିତ ସମସ୍ୟା ଯୋଗୁଁ ଷ୍ଟୁଆର୍ଟ ବ୍ରଡ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଆଣ୍ଡରସନଙ୍କୁ ନେଇ ସନ୍ଦେହ ଲାଗି ରହିଛି ।

ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବାକୁ ଥିବା ବେଳେ ଦୁଇ ଦଳ ଆହତଜନିତ ସମସ୍ୟା ଦେଇ ଗତି କରିଛନ୍ତି । ଭାରତୀୟ ଫାଷ୍ଟ ବୋଲର ଶାର୍ଦ୍ଦୁଳ ଠାକୁର ମଧ୍ୟ ଆହତ ହୋଇ ଦ୍ବିତୀୟ ଟେଷ୍ଟରୁ ବାଦ ପଡ଼ିଛି । ସିରିଜ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକସ୍ ମଧ୍ୟ ସିରିଜରୁ ବାଦ ପଡ଼ିଥିଲେ । ଏହାରି ମଧ୍ୟରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଦୁଇ ଦଳର ପ୍ରଦର୍ଶନ କିଭଳି ରହିବ ତାହାକକୁ ନେଇ ସଭିଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.