ETV Bharat / sports

Ashes Test: ଇଂଲଣ୍ଡ ସ୍କ୍ବାଡ୍‌ରୁ ଆଣ୍ଡରସନ ଆଉଟ୍‌, ଷ୍ଟୋକ୍ସ ଇନ୍‌

author img

By

Published : Dec 7, 2021, 10:10 PM IST

କ୍ରିକେଟ ଇତିହାସର ଦୁଇ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୮ରୁ ଆରମ୍ଭ ହେଉଛି ଚର୍ଚ୍ଚିତ ଆସେସ (Ashes) ଟେଷ୍ଟ ସିରିଜ୍‌ । ଅଧିକ ପଢନ୍ତୁ

Stokes included in England's Ashes squad of 12; Anderson rested
Ashes Test: ଇଂଲଣ୍ଡ ସ୍କ୍ବାଡ୍‌ରୁ ଆଣ୍ଡରସନ ଆଉଟ୍‌, ଷ୍ଟୋକ୍ସ ଇନ୍‌

ବ୍ରିସବେନ୍‌: କ୍ରିକେଟ ଇତିହାସର ଦୁଇ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୮ରୁ ଆରମ୍ଭ ହେଉଛି ଚର୍ଚ୍ଚିତ ଆସେସ ଟେଷ୍ଟ ସିରିଜ୍‌(Ashes Test Series) । ୫ଟିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଐତିହାସିକ ଗାବା ଗ୍ରାଉଣ୍ଡରେ ଖେଳାଯିବ । ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଘୋଷଣା କରିଛି ୧୨ ଜଣିଆ ସ୍କ୍ବାଡ୍‌ । ତେବେ ଘୋଷିତ ସ୍କ୍ବାଡ୍‌ରେ ଅଲ-ରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ସ୍ଥାନ ମିଳିଥିବାବେଳେ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ବିଶ୍ରାମ ଦିଆଯାଇଛି ।

ତେବେ ଦୀର୍ଘ ଦିନ ପରେ କ୍ରିକେଟରୁ ଫେରୁଥିବାରୁ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ଷ୍ଟୋକ୍ସଙ୍କୁ ସ୍ଥାନ ମିଳିବା ନେଇ ଆଶଙ୍କା ରହିଛି । ଟସ୍‌ ସମୟରେ କ୍ୟାପଟେନ ଜୋ ରୁଟ୍‌ଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ ।

ଏହାମଧ୍ୟ ପଢନ୍ତୁ: SA vs IND: ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ବାଡ୍‌ରେ ଡିକକ୍‌, ରବାଡା ଓ ନର୍କିଆ

ଭେଟେରାନ ଦ୍ରୁତ ବୋଲର ତଥା ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଚୂଡାନ୍ତ ଏକାଦଶରୁ ବାଦ୍‌ ପଡିବେ ।

ପ୍ରଥମ ଆସେସ ଟେଷ୍ଟ ପାଇଁ ଇଂଲଣ୍ଡ ସ୍କ୍ବାଡ୍‌ : ଜୋ ରୁଟ୍‌(କ୍ୟାପଟେନ୍‌), ଷ୍ଟୁଆର୍ଟ ବ୍ରଡ୍‌, ରରି ବର୍ଣ୍ଣସ, ଜସ ବଟଲର୍‌, ହସିବ ହମିଦ, ଜାକ୍‌ ଲିଚ୍‌, ଡାୱିଡ ମଲାନ, ଓଲି ପୋପ୍‌, ଓଲି ରବିନସନ, ବେନ ଷ୍ଟୋକ୍ସ, କ୍ରିସ ୱର୍କ୍ସ ଓ ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.