ETV Bharat / sports

ଲର୍ଡସ ପରାଜୟକୁ ନେଇ ଇଂଲଣ୍ଡ କୋଚଙ୍କୁ ୱନଙ୍କ ଟାର୍ଗେଟ

author img

By

Published : Aug 22, 2021, 7:48 PM IST

ଲର୍ଡସ ଟେଷ୍ଟ ପରେ ଇଂଲଣ୍ଡକୁ ମାଇକେଲ ୱନ ତୀବ୍ର ସମାଲୋଚନା କରିଥିଲେ । ଏବେ ପୁଣି ନିଜ ଟ୍ବିଟ୍ ବାଣରେ ଇଂଲଣ୍ଡ କୋଚ୍ କ୍ରୀଶ ସିଲଭଳ ଉଡଙ୍କୁ ଟାର୍ଗେଟ କରିଛନ୍ତି ୱନ୍ । ଅଧିକ ପଢ଼ନ୍ତୁ...

'ଇଲଂଣ୍ଡର ବାଉଁଶର ଅସ୍ତ୍ର ଇଂଲଣ୍ଡ ଉପରେ ପଡ଼ିଲା ଭାରି'
'ଇଲଂଣ୍ଡର ବାଉଁଶର ଅସ୍ତ୍ର ଇଂଲଣ୍ଡ ଉପରେ ପଡ଼ିଲା ଭାରି'

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଠାରୁ ଇଂଲଣ୍ଡ ପରାଜିତ ହେବାକୁ ହଜମ କରି ପାରୁନାହାନ୍ତି ବହୁ ପୂର୍ବତନ ଇଂଲଣ୍ଡ କ୍ରିକେଟର । ଏହି ତାଲିକାରେ ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ୱନଙ୍କ ପ୍ରଥମ ନାମ ରହିଛି । ଲର୍ଡସ ଟେଷ୍ଟ ପରେ ଇଂଲଣ୍ଡକୁ ସେ ତୀବ୍ର ସମାଲୋଚନା କରିଥିଲେ । ଏବେ ପୁଣି ନିଜ ଟ୍ବିଟ୍ ବାଣରେ ଇଂଲଣ୍ଡ କୋଚ୍ କ୍ରୀଶ ସିଲଭଳ ଉଡଙ୍କୁ ଟାର୍ଗେଟ କରିଛନ୍ତି ୱନ୍ ।

ଲର୍ଡସ ଟେଷ୍ଟର ପଞ୍ଚମ ଦିନରେ ନବମ ୱିକେଟ ପାଇଁ ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରେ ୮୯ରନ ଭାଗିଦାରୀ ହୋଇଥିଲା । ଯାହାଫଳରେ ଭାରତୀୟ ଦଳ ୨୭୨ ରନ ଟାର୍ଗେଟ ଦେବାକୁ ସଫଳ ହୋଇଥିଲା । ପଞ୍ଚମ ଦିନରେ ଲର୍ଡସର ମେଘୁଆ ପାଗରେ ଏଭଳି ଲକ୍ଷ୍ୟ ହାସଲ କରିବା ଇଂଲଣ୍ଡ ପକ୍ଷରେ ମୁସ୍କିଲ ହୋଇ ପଡ଼ିଥିଲା । ବୁମରା ଓ ସାମିଙ୍କୁ ଆଉଟ କରିବା ପାଇଁ ଇଂଲଣ୍ଡ ବୋଲର ବାଉଁଶର ବଲ ପକାଇଥିଲେ । ତେବେ ପ୍ରତ୍ୟେକ ବାଉଁଶର ଦେହରେ ମୁଣ୍ଡରେ ମାଡ଼ ହେବା ସତ୍ତ୍ବେ ବୁମରା ଓ ସାମି ନିଜ ହରାଇନଥିଲେ ।

ଏହାକୁ ନେଇ ୱନ କହିଛନ୍ତି ଯେ, "ଯେତେବେଳେ ବ୍ୟାଟସମ୍ୟାନ ମାନଙ୍କ ଉପରେ ବାଉଁଶର କାମ କରୁନଥିଲା, ସେତେବେଳେ ରୁଟଙ୍କ ସହ କୋଚ କଥା ହେବାର ଥିଲା । କିନ୍ତୁ କ୍ରୀଶ ସିଲଭରଉଡ ତାହା କରିନଥିଲେ । ଯାହାଫଳରେ ଇଲଂଣ୍ଡକୁ ମ୍ୟାଚରେ ପରାଜିତ ହେବାକୁ ପଡ଼ିଥିଲା ।"

ଖାଲି ସେତିକି ନୁହେଁ ଇଲଂଣ୍ଡ ବୋଲରଙ୍କ ରଣନୀତିର ପରିଣାମ ଇଂଲଣ୍ଡର ଲୋୟର ଅର୍ଡର ବ୍ୟାଟସମ୍ୟାନ ମାନଙ୍କୁ ସହିବାକୁ ପଡ଼ିଥିଲା । କାରଣ ଇଂଲଣ୍ଡର ଲୋୟର ଅର୍ଡର ବ୍ୟାଟସମ୍ୟନଙ୍କୁ ଜଶପ୍ରୀତ ବୁମରାଙ୍କ ବାଉଁଶର ଘାଇଲା କରିଥିଲା । ଫଳରେ ଇଂଲଣ୍ଡ ହାତରୁ ମ୍ୟାଚ ଖସି ଯାଇଥିବା ନେଇ ୱନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଅଗଷ୍ଟ ୨୫ ତାରିଖରୁ ଲିଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଏଥିପାଇଁ ଉଭୟ ଦଳ ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.