ETV Bharat / sports

ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ, ଜାଣନ୍ତୁ ପୁରା ଘଟଣା

author img

By

Published : Jul 25, 2022, 10:26 PM IST

ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି । ଆମ୍ରପାଲି ଗ୍ରୁପ ଏବଂ ଧୋନୀଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପର୍କିତ ମାମଲା ନେଇ ନୋଟିସ ଜାରି । ଅଧିକ ପଢନ୍ତୁ

ଧୋନୀଙ୍କୁ ସୁପ୍ରିମକୋର୍ଟର ନୋଟିସ, ଜାଣନ୍ତୁ ପୁରା ଘଟଣା
ଧୋନୀଙ୍କୁ ସୁପ୍ରିମକୋର୍ଟର ନୋଟିସ, ଜାଣନ୍ତୁ ପୁରା ଘଟଣା

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏହା ସହିତ ଦିଲ୍ଲୀ ହାଇକୋର୍ଟରେ ଆମ୍ରପାଲି ଗ୍ରୁପ ବିରୋଧରେ ଏକ ଆବେଦନର ମଧ୍ୟସ୍ଥତା ଉପରେ ରୋକ ଲଗାଇଛି । ଆମ୍ରପାଲି ଗ୍ରୁପ ଏବଂ ଧୋନୀଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପର୍କିତ ମାମଲା ଚାଲିଥିଲା । ଆମ୍ରପାଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିବା ମହିନ୍ଦ୍ର ସିଂହ ଧୋନୀଙ୍କ ସହିତ ଏହି ଚୁକ୍ତି ପ୍ରାୟ 150 କୋଟି ଟଙ୍କାର ।

ଧୋନୀ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ କି ଆମ୍ରପାଲି ଗ୍ରୁପ ତାଙ୍କୁ ତାଙ୍କ ଚୁ୍କ୍ତି ଅନୁସାରେ ପେମେଣ୍ଟ ଦେଇନାହିଁ । ହେଲେ ଧୋନୀଙ୍କ ମାମଲା ଦାଏର ପରେ ଆମ୍ରପାଲି ଗ୍ରୁପ ସୁପ୍ରିମକୋର୍ଟରେ ଧୋନୀଙ୍କ ନାମରେ ଏକ ମାମଲା ଦାଏର କରିଥିଲେ । ଏହି ଚୁ୍କ୍ତି ମାମଲାରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.