ETV Bharat / sports

World Champion U-19 Team India : ତେନ୍ଦୁଲକରଙ୍କ ଦ୍ବାରା ସମ୍ମାନିତ ହେବେ ୱେମେନ୍ ଇନ୍ ବ୍ଲୁ

author img

By

Published : Jan 31, 2023, 7:09 AM IST

ଟି20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ୍‌ । ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ ପରେ BCCI ଯୁବ ଖେଳାଳିଙ୍କୁ ସମ୍ମାନିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ

ତେନ୍ଦୁଲକରଙ୍କ ଦ୍ବାରା ସମ୍ମାନିତ ହେବେ ୱେମେନ୍ ଇନ୍ ବ୍ଲୁ
ତେନ୍ଦୁଲକରଙ୍କ ଦ୍ବାରା ସମ୍ମାନିତ ହେବେ ୱେମେନ୍ ଇନ୍ ବ୍ଲୁ

ହାଇଦ୍ରାବାଦ: ଭାରତୀୟ ମହିଳା ଅଣ୍ଡର-19 କ୍ରିକେଟ ଟିମ ବିଶ୍ବ ବିଜେତା ହୋଇଛି । ରବିବାର ପ୍ରତିପକ୍ଷ ଇଂଲଣ୍ଡକୁ 7 ୱିକେଟରେ ହରାଇ ଏହି କୀର୍ତ୍ତିମାନ ହାସଲ କରିଛି ଟିମ୍‌ ଇଣ୍ଡିଆ । ଭାରତୀୟ 19 ବର୍ଷରୁ କମ ମହିଳା ଟିମ୍‌ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚମ୍ପିଆନ ହୋଇ ପାରିଛି । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପର ଏହା ପ୍ରଥମ ସଂସ୍କରଣ ରହିଥିଲା । ଯେଉଁଥିରେ ଟି20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ୍‌ । ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ BCCI ଯୁବ ଖେଳାଳିଙ୍କୁ ସମ୍ମାନିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

  • It is with great delight I share that Bharat Ratna Shri @sachin_rt and @BCCI Office Bearers will felicitate the victorious India U19 team on Feb 1st in Narendra Modi Stadium at 6:30 PM IST. The young cricketers have made India proud and we will honour their achievements.

    — Jay Shah (@JayShah) January 30, 2023 " class="align-text-top noRightClick twitterSection" data=" ">

ଭାରତୀୟ ଅଣ୍ଡର ୧୯ ଟିମକୁ ସମ୍ମାନିତ କରିବେ ସଚିନ-ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯୋଗ ଦେବେ । ଏହି ଅବସରରରେ ସେ ଭାରତୀୟ ମହିଳା ଅଣ୍ଡର 19 କ୍ରିକେଟ ଟିମକୁ ସମ୍ମାନିତ କରିବେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସଚିବ ଜୟ ଶାହା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି "ଭାରତ ରତ୍ନ ସଚିନ ତେନ୍ଦୁଲକର ବିଶ୍ବ ବିଜୟୀ ଭାରତୀୟ ଅଣ୍ଡର ୧୯ ଟିମକୁ ଫେବୃଆରୀ ୧ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୬.୩୦ରେ ସମ୍ମାନିତ କରିବେ ।"

ଟି20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ । ମହିଳା କ୍ରିକେଟରେ ଏହା ଭାରତର ପ୍ରଥମ ICC ବିଶ୍ବକପ ଟ୍ରଫି । ଆଜି(ମଙ୍ଗଳବାର) ଚମ୍ପିଆନ୍‌ ଟିମ୍‌ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ପହଁଞ୍ଚିବେ । ସମ୍ମାନ ସମାରୋହ ପାଇଁ ବୁଧବାର ତଥା ଫେବୃଆରୀ ୧ ତାରିଖରେ ଅହମ୍ମଦାବାଦ ଯିବେ । ଜାନୁଆରୀ ୨୯ ତାରିଖରେ ତଥା ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ବିଶ୍ବ ଚମ୍ପିଆନ ହୋଇଛନ୍ତି ସେଫାଳି ଆଣ୍ଡ୍‌ କୋ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.