ETV Bharat / sports

'ସାମ୍‌ ବାହାଦୂର'ଙ୍କ ପ୍ରଶଂସାରେ ମାଷ୍ଟର ବ୍ଲାଷ୍ଟର, ଭିକିଙ୍କ ସହ ପୋଷ୍ଟ କଲେ ଫଟୋ

author img

By ETV Bharat Odisha Team

Published : Dec 4, 2023, 6:29 AM IST

ପ୍ରଥମ ଭାରତୀୟ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି 'ସାମ ବାହାଦୂର'କୁ ଖୁବ ପ୍ରଶଂସା କରିଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର । ଅଭିନେତା ଭିକି କୌଶଲଙ୍କୁ ମଧ୍ୟ ପ୍ରଶଂସା କଲେ ମାଷ୍ଟର ବ୍ଲାଷ୍ଟର । ଅଧିକ ପଢ଼ନ୍ତୁ

'ସାମ୍‌ ବାହାଦୂର'ଙ୍କ ପ୍ରଶଂସାରେ ମାଷ୍ଟର ବ୍ଲାଷ୍ଟର
'ସାମ୍‌ ବାହାଦୂର'ଙ୍କ ପ୍ରଶଂସାରେ ମାଷ୍ଟର ବ୍ଲାଷ୍ଟର

ମୁମ୍ବାଇ: ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି 'ସାମ ବାହାଦୂର' କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଏହି ମୁଭିକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ଦର୍ଶକ । ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅଭିନେତା ଭିକି କୌଶଲ ସାମ୍‌ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହାରି ଭିତରେ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଫିଲ୍ମ ସାମ ବାହାଦୂର ଏବଂ ଲିଡ୍‌ ଅଭିନେତା ଭିକି କୌଶଲଙ୍କୁ ପ୍ରଶଂସା କରିଛନ୍ତି । ଯାହା ଏହି ଫିଲ୍ମକୁ ଆହୁରି ଚର୍ଚ୍ଚା ପରିସରକୁ ଆଣିଛି ।

  • Loved Sam Bahadur. A must watch film for all generations to know the history of our country, and to understand the courage and sacrifices made by Field Marshal Sam Manekshaw. Vicky Kaushal has acted so well that it feels like Sam Bahadur is right in front of us. pic.twitter.com/bTTiMrCB0R

    — Sachin Tendulkar (@sachin_rt) December 3, 2023 " class="align-text-top noRightClick twitterSection" data=" ">

ସାମ ବାହାଦୂର ଦେଖିବା ପରେ 'ଏକ୍ସ'ରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏହି ପୋଷ୍ଟରେ ସଚିନଙ୍କ ସହିତ ଅଭିନେତା ଭିକି କୌଶଲ ନଜର ଆସିଛନ୍ତି । ଏହି ଫଟୋରେ ମାଷ୍ଟର ବ୍ଲାଷ୍ଟରଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସଚିନ ଏହି ପୋଷ୍ଟରେ ଫଟୋ ସହିତ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, "ସାମ ବାହାଦୂର ଭଲ ଲାଗିଲା । ସମସ୍ତେ ଏହି ଫିଲ୍ମ ଦେଖିବା ଉଚିତ । ସମସ୍ତ ପିଢ଼ିର ଦର୍ଶକ ସାମ ବାହାଦୂର ଦେଖିବା ପରେ ନିଜ ଦେଶର ଇତିହାସକୁ ଭଲ ଭାବରେ ବୁଝିପାରିବେ । ଆପଣ ମଧ୍ୟ ଜାଣିବେ ଯେ ସାମ ମାନେକ୍ସା କିପରି ନିଜ ଜୀବନକୁ ବଳିଦାନ ଦେଇଛନ୍ତି ।" ଏହା ବ୍ୟତୀତ ଫିଲ୍ମରେ ସାମ ମାନେକ୍ସାଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଭିକି କୌଶଲଙ୍କୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ସଚିନ୍‌ ତେନ୍ଦୁଲକର । ଭିକିଙ୍କୁ ନେଇ ସଚିନ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, "ଭିକି କୌଶଲ ବହୁତ ଭଲ ଅଭିନୟ କରିଛନ୍ତି । ଏହି ଅଭିନୟ ପରେ ଲାଗୁଥିଲା ଯେପରି ସାମ୍‌ ମାନେକ୍ସା ପ୍ରକୃତରେ ଆମ ସାମ୍ନାରେ ଅଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କଡା ଟକ୍କର ସତ୍ତ୍ବେ ସାମ ବାହାଦୂରର ଜଲୱା, ୨ୟ ଦିନରେ ଏତିକି କଲା କଲେକ୍ସନ

ପ୍ରକାଶଯୋଗ୍ୟ, ଆନିମଲ ସହ ଏକା ଦିନରେ, ଅର୍ଥାତ ଡିସେମ୍ବର ୧ରେ ରିଲିଜ ହୋଇଛି ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ସାମ ବାହାଦୂର' । ଆନିମଲ ବକ୍ସ ଅଫିସରେ ଧମାକା କରୁଥିବା ବେଳେ ସାମ ବାହାଦୂର ମଧ୍ୟ ନିଜ ଜଲୱା ଦେଖାଇଛି । ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିବା ସହ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲା । ୨ୟ ଦିନରେ ମଧ୍ୟ ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ପ୍ରଥମ ଦିନ ଅପେକ୍ଷା ଅଧିକ ଆୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.