ETV Bharat / sports

ଇଂଲଣ୍ଡ ମ୍ୟାଚ୍ ବଡ ଚ୍ୟାଲେଞ୍ଜ ହେବ, ଆତ୍ମବିଶ୍ୱାସର ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

author img

By

Published : Nov 9, 2022, 10:19 PM IST

Updated : Nov 9, 2022, 10:36 PM IST

ଗୁରୁବାର ଆମେ ଦୃଢ ମନୋବଳ ସହିତ ମଇଦାନକୁ ଓହ୍ଲାଇବୁ ବୋଲି କହିଛନ୍ତି ଅଧିନାୟକ ରୋହିତ୍ ଶର୍ମା । ଅଧିକ

ଇଂଲଣ୍ଡ ମ୍ୟାଚ୍ ବଡ ଚ୍ୟାଲେଞ୍ଜ ହେବ, ଆତ୍ମବିଶ୍ବାସର ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଇଂଲଣ୍ଡ ମ୍ୟାଚ୍ ବଡ ଚ୍ୟାଲେଞ୍ଜ ହେବ, ଆତ୍ମବିଶ୍ବାସର ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ମ୍ୟାଚ ଆହ୍ୱାନପୂର୍ଣ୍ଣ ରହିବ । ତଥାପି ଆସନ୍ତାକାଲି (ଗୁରୁବାର) ଆମେ ଦୃଢ ମନୋବଳ ସହିତ ମଇଦାନକୁ ଓହ୍ଲାଇବୁ ବୋଲି କହିଛନ୍ତି ଅଧିନାୟକ ରୋହିତ୍ ଶର୍ମା । ରାତି ପାହିଲେ ଖେଳାଯିବ ଦ୍ବିତୀୟ ସେମିଫାଇନାଲ ମ୍ୟାଚ । ଏନେଇ ଆଡିଲେଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ । ତେବେ ମ୍ୟାଚ ପୂର୍ବରୁ ରୋହିତ୍ ଏଣ୍ଡ କୋ ଇଂଲଣ୍ଡ ବିପକ୍ଷରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଆମେ ସ୍ବତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବୁ । ଇଂଲଣ୍ଡକୁ ପରାସ୍ତ କରିବା ନିଶ୍ଚିତ ଭାବରେ ଏହା ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । କାରଣ ଚଳିତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ପ୍ରଦର୍ଶନ ଦମଦାର ରହିଛି । ତେବେ ଆମ ଆଗରେ ଅପେକ୍ଷାକୃତ ଯେତେ ଶକ୍ତିଶାଳୀ ଟିମ୍ ହେଉ ନା କାହିଁକି ଆମେ ଆମର ରଣନୀତି ପ୍ରସ୍ତୁତ କରି ବିପକ୍ଷ ଦଳକୁ ନିଶ୍ଚିତି ଭାବରେ ମାତ୍ ଦେବୁ । ଏହି ସେମିଫାଇନାଲ ମହାସମରେ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ।"

ସେପଟେ ପ୍ଲେଇଂ ଇଲେଭେନରେ ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ବାବଦରେ ଭାରତୀୟ ଅଧିନାୟକ କହିଛନ୍ତି, "ଆମେ ଆମର ଉଭୟ ୱିକେଟ କିପର ବ୍ୟାଟରଙ୍କୁ ସମାନ ଦୃଷ୍ଟିରେ ଦେଖୁ । ଇଂଲଣ୍ଡକୁ ଯେପରି ମାତ୍ ଦେଇ ପାରିବୁ ସେଭଳି ରଣନୀତି ନେଇ ଆମେ ଆତ୍ମବିଶ୍ବାସର ସହିତ ମଇଦାନକୁ ଓହ୍ଲାଇବୁ ।"

Last Updated : Nov 9, 2022, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.