ETV Bharat / sports

ଧୋନୀଙ୍କୁ ପଛରେ ପକାଇଲେ ରୋହିତ, IPLରେ ହେଲେ ନମ୍ବର ୧ କ୍ରିକେଟର

author img

By

Published : Dec 30, 2022, 5:52 PM IST

ରୋହିତ ଶର୍ମାଙ୍କର ଆଇପିଏରେ ନୂଆ ରେକର୍ଡ । ଆଇପିଏଲରେ ଅଧିକ ଟଙ୍କା ରୋଜଗାର କରି ଏହି ତାଲିକାରେ CSK କ୍ୟାପଟେନ ଧୋନୀଙ୍କୁ ପଛରେ ପକାଇଛନ୍ତି ।

ଧୋନୀଙ୍କୁ ପଛରେ ପକାଇଲେ ରୋହିତ, IPLରେ ହେଲେ ନମ୍ବର ୧ କ୍ରିକେଟର
ଧୋନୀଙ୍କୁ ପଛରେ ପକାଇଲେ ରୋହିତ, IPLରେ ହେଲେ ନମ୍ବର ୧ କ୍ରିକେଟର

ହାଇଦ୍ରାବାଦ: ଶେଷ ହୋଇଛି IPL ୨୦୨୩ର ମିନି ଅକ୍ସନ । ଏହା ପୂର୍ବରୁ ହିଟ୍ ମ୍ୟାନ ରୋହିତ ଶର୍ମା ଏକ ଉପଲବ୍ଧି ହାସଲ କରିଛନ୍ତି । ରୋହିତ ଶର୍ମା ଆଇପିଏଲରେ ଅଧିକ ଟଙ୍କା ରୋଜଗାର କରୁଥିବା କ୍ରିକେଟର ହୋଇଛନ୍ତି । ଏହି ତାଲିକାରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଛନ୍ତି ।

ରୋହିତ ଶର୍ମା ଆଇପିଏଲ ଇତିହାସରେ ସବୁଠୁ ଅଧିକ ରୋଜଗାର କରୁଥିବା କ୍ରିକେଟର ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ରୋହିତ ଶର୍ମା ଆଇପିଏଲରୁ ଏପର୍ଯ୍ୟନ୍ତ ୧୭୮.୬ କୋଟି ଟଙ୍କା ରୋଜଗାର କରି ପାରିଛନ୍ତି । ହିଟମ୍ୟାନଙ୍କ ବ୍ୟତୀତ ଏହି ତାଲିକାରେ RCBର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟର ସୁରେଶ ରୈନା ରହିଛନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗରେ ଲଗାତାର ଖେଳ ଜାରି ରଖିବା ସହିତ ୧୭୩.୨ କୋଟି ରୋଜଗାର କରିଛନ୍ତି । ସୁରେଶ ରୈନା ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ IPLରୁ ୧୧୦.୭ କୋଟି ଟଙ୍କା ରୋଜଗାର କରିଛନ୍ତି ।

ହିଟ ମ୍ୟାନ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିାଆନ୍ସ ପାଇଁ ବହୁ ଲକି ସାବ୍ୟସ୍ତ ହୋଇଥିଲେ । ରୋହିତଙ୍କ ନେତୃତ୍ବରେ ଦଳ ବହୁ ବାର ଆଇପିଏଲ ଟ୍ରଫି ହାତେଇବାରେ ସଫଳ ହୋଇଛି । ବର୍ଷ ୨୦୧୧ରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ରୋହିତ ଶର୍ମା ଡେକାନ ଚାର୍ଜସ ତରଫରୁ ଖେଳୁଥିଲେ ।

ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ବର୍ଷ ୨୦୦୮ରେ ଖେଳାଯାଇଥିଲା । ଆଇପିଏଲର ଏହି ପ୍ରଥମ ସଂସ୍କରଣରେ ଡେକାନ ଚାର୍ଜସ ରୋହିତ ଶର୍ମାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା । ଏହା ପରେ ପରବର୍ତ୍ତୀ ଦୁଇଟି ସଂସ୍କରଣରେ ରୋହିତ ଶର୍ମାଙ୍କୁ ୩-୩ କୋଟି ଟଙ୍କା ମିଳିଥିଲା । ଏହା ପରେ ରୋହିତ ଶର୍ମାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ଦେଖି ମୁମ୍ବାଇ ଇଣ୍ଡିଆନ୍ସ ବର୍ଷ ୨୦୧୧ରେ ତାଙ୍କୁ ୯.୨ କୋଟି ଟଙ୍କାରେ କିଣି ଥିଲା । ଖାଲି ସେତିକି ନୁହେଁ MI ବର୍ଷ ୨୦୧୪ରେ ରୋହିତ ଶର୍ମାଙ୍କୁ ୧୨.୫ କୋଟି ଟଙ୍କାରେ ରିଟେନ କରିଥିଲା । ସେହିପରି ବର୍ଷ ୨୦୧୮ରେ ରୋହିତ ଶର୍ମାଙ୍କୁ ୧୫ କୋଟି ଟଙ୍କାରେ ରିଟେନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ବର୍ଷ ୨୦୨୨ ପୂର୍ବରୁ ୧୬ କୋଟି ଟଙ୍କାରେ ରୋହିତଙ୍କୁ ରେଟନ ରଖାଯାଇ ଅଧିନାୟକ ପଦରେ ସ୍ଥିର ରଖିଛି MI ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.