ETV Bharat / sports

Ashes: ଆହତ ହେଜେଲଉଡ୍‌ଙ୍କ ସ୍ଥାନରେ ଖେଳିପାରନ୍ତି ରିଚାର୍ଡସନ

author img

By

Published : Dec 12, 2021, 10:41 PM IST

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଏ ରିଚାର୍ଡସନ ଖେଳିପାରନ୍ତି ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଆସେସ ଟେଷ୍ଟ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ଟିକିଆ ଆସେସ୍‌ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଡିଲେଡ (Adelaide)ରେ ଖେଳାଯିବ । ଅଧିକ ପଢନ୍ତୁ

Richardson set to replace Hazlewood for second Ashes Test in Adelaide: Report
Ashes: ଆହତ ହେଜେଲଉଡ୍‌ଙ୍କ ସ୍ଥାନରେ ଖେଳିପାରନ୍ତି ରିଚାର୍ଡସନ

ବ୍ରିସବେନ: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଏ ରିଚାର୍ଡସନ ଖେଳିପାରନ୍ତି ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଆସେସ ଟେଷ୍ଟ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ଟିକିଆ ଆସେସ୍‌ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଡିଲେଡରେ ଖେଳାଯିବ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଷ୍ଟାର ଦ୍ରୁତ ଜସ ହେଜେଲଉଡ୍‌(Hazlewood )ଙ୍କ ରୂପରେ ଘରୋଇ ଟିମକୁ ବଡ ଝଟକା ଲାଗିଛି । ଆହତ କାରଣରୁ ହେଜେଲଉଡ୍‌ ରବିବାର ଘରକୁ ଫେରିଯାଇଥିବା ଜଣାପଡିଛି ।

ସିଡନୀ ମର୍ଣ୍ଣିଂ ହେଲାର୍ଲ୍ଡରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହେଜେଲଉଡ୍‌ ବ୍ରିସବେନରୁ ସିଡନୀ ଅଭିମୁଖେ ଉଡାଣ ଭରିଛନ୍ତି । ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଦ୍ବିତୀୟ ଟେଷ୍ଟରେ ହେଜେଲଉଡ ଖେଳିବେ କି ନାହିଁ ଏଯାବତ ନିଷ୍ପତ୍ତି ନିଆଯାଇନାହିଁ ।

ଏହାମଧ୍ୟ ପଢନ୍ତୁ: ଆଜି ମୁମ୍ବାଇ ପହଞ୍ଚିପାରେ ଟିମ ଇଣ୍ଡିଆ, ଡିସେମ୍ବର ୧୬ରୁ ଦକ୍ଷିଣ ଆଫ୍ରିକା ଯାତ୍ରା

ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ନାଥନ ଲାୟନ, କ୍ୟାପଟେନ ପାଟ କମିନ୍ସ, ଡେଭିଡ ୱାର୍ଣ୍ଣର ଓ ଟ୍ରାଭିସ ହେଡ୍‌ ବିଜୟରେ ହିରୋ ରହିଥିଲେ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ର ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.