ETV Bharat / sports

ଇଂଲଣ୍ଡକୁ 8 ରନ୍‌ରେ ହରାଇଲା ଭାରତୀୟ ମହିଳା ଟିମ

author img

By

Published : Jul 11, 2021, 10:47 PM IST

ସ୍ପିନର ପୁନମ ଯାଦବ ଓ ସ୍ନେହ ରାଣାଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ ଦ୍ବିତୀୟ ଟି20ରେ ବିଜୟୀ ହୋଇଛି ଭାରତୀୟ ମହିଳା ଟିମ । ଅଧିକ ପଢନ୍ତୁ...

Poonam Yadav, Sneh Rana star as India defeat England in 2nd T20I
ଇଂଲଣ୍ଡକୁ 8 ରନ୍‌ରେ ହରାଇଲା ଭାରତୀୟ ମହିଳା ଟିମ

ହୋଭ(ୟୁକେ): ସ୍ପିନର ପୁନମ ଯାଦବ ଓ ସ୍ନେହ ରାଣାଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ ଦ୍ବିତୀୟ ଟି20ରେ ବିଜୟୀ ହୋଇଛି ଭାରତୀୟ ମହିଳା ଟିମ । 8 ରନ୍‌ରେ ଘରୋଇ ଇଂଲଣ୍ଡକୁ ହରାଇବା ସହ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ 1-1ରେ ବରାବର କରିଛି ଭାରତ ।

149 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲିସ ମହିଳା ଟିମ ନିର୍ଦ୍ଧାରିତ 20 ଓଭରରେ 140 ରନ କରିପାରିଛି । ଟମି ବିୟୁମୋଣ୍ଟ ସର୍ବାଧିକ 50 ବଲ୍‌ରୁ 59 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

କ୍ୟାପଟେନ ହେଥର ନାଇଟ 30 ରନର ଉପଯୋଗୀ ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ବିଜୟୀ କରାଇପାରିନଥିଲେ । ଅନ୍ୟ କୌଣସି ଖେଳାଳି ସଫଳ ହୋଇନଥିଲେ ।

ଭାରତ ପକ୍ଷରୁ ସ୍ପିନର ପୁନମ ଯାଦବ 2ଟି ଓ ଅରୁନ୍ଧତୀ ରେଡ୍ଡି ଓ ଦିପ୍ତୀ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ପୂର୍ବରୁ ଓପନର ଶେଫାଳି ବର୍ମାଙ୍କ 48, ହରମନପ୍ରୀତ କୌରଙ୍କ 31, ସ୍ମୃତି ମାନ୍ଧାନା 20 ଓ ଦିପ୍ତୀ ଶର୍ମାଙ୍କ 24 ରନ ବଳରେ 148 ରନ କରିଥିଲା ଭାରତୀୟ ମହିଳା ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.