ETV Bharat / sports

Pink ball Test: ଶ୍ରୀଲଙ୍କାର ସଂଘର୍ଷ, ପ୍ରଥମ ଦିନରେ ଦୃଢ ସ୍ଥିତିରେ ଭାରତ

author img

By

Published : Mar 12, 2022, 10:36 PM IST

ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଟିମ ୮୬ ରନ୍‌ରେ ୬ ୱିକେଟ ହରାଇ ସଂଘର୍ଷ କରୁଛି । ଅଧିକ ପଢନ୍ତୁ

Pink ball Test: Sri Lanka 86/6 at stumps, trail India by 166 runs on Day 1
Pink ball Test: ଶ୍ରୀଲଙ୍କାର ସଂଘର୍ଷ, ପ୍ରଥମ ଦିନରେ ଦୃଢ ସ୍ଥିତିରେ ଭାରତ

ବେଙ୍ଗାଲୁରୁ: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଟିମ ୮୬ ରନ୍‌ରେ ୬ ୱିକେଟ ହରାଇ ସଂଘର୍ଷ କରୁଛି । ଫଳରେ ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ ୧୬୬ ରନ୍‌ ପଛରେ ରହିଛି ଶ୍ରୀଲଙ୍କା । ବୋଲରଙ୍କ କମାଲ ଯୋଗୁଁ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି । ପୂର୍ବରୁ ଭାରତୀୟ ଟିମର ପ୍ରଥମ ଇଂନିସକୁ ୨୫୨ ରନ୍‌ରେ ରୋକିଥିଲେ ସିଂହଳ ବୋଲର ।

ଦିନତମାମ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ରହିଥିଲା । ପ୍ରଥମ ଦିନରେ ମୋଟ ୧୬ଟି ଟିମ ଅକ୍ତିଆର କରିଥିଲେ ବୋଲର ।

ଭାରତ ପକ୍ଷରୁ ଭାଇସ-କ୍ୟାପଟେନ ଜଶପ୍ରୀତ ବୁମରା ସର୍ବାଧିକ ୩ଟି ୱିକେଟ ହାତଇଛନ୍ତି । ମହମ୍ମଦ ସାମି ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଶ୍ରେୟସ ଆୟର ବ୍ୟାଟ୍‌ରେ କମାଲ କରିବା ସହ ୯୨ ରନ୍‌ର ଜବରଦସ୍ତ ଇଂନିସ ଖେଳିଥିଲେ । ତେବେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.