ETV Bharat / sports

Cricket History: ଆଜିର ଦିନରେ ଭାରତ ଖେଳିଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ

author img

By

Published : Jul 13, 2022, 6:54 PM IST

ଭାରତୀୟ କ୍ରିକେଟ ଦଳ ୪୮ ବର୍ଷ ପୂର୍ବରୁ ଆଜିର ଦିନରେ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲା । ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୫ ରନ ସଂଗ୍ରହ କରିଥିଲା । ଅଧିକ ପଢନ୍ତୁ

Cricket History: ଆଜିର ଦିନରେ ଭାରତ ଖେଳିଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ
Cricket History: ଆଜିର ଦିନରେ ଭାରତ ଖେଳିଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳ ୪୮ ବର୍ଷ ପୂର୍ବରୁ ଆଜିର ଦିନରେ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲା । ସେଦିନ ଇଂଲଣ୍ଡ ବିପକ୍ଷ ଭାରତ ମ୍ୟାଚ ୫୫ ଓଭର ବିଶିଷ୍ଟ ହୋଇଥିଲା । ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୫ ରନ ସଂଗ୍ରହ କରିଥିଲା । ହେଲେ ସେଦିନ ମ୍ୟାଚରେ ଇଂଲଣ୍ଡ ୪ ୱିକେଟରେ ବିଜୟ ହାସଲ କରିଥିଲା ।

ଗତକାଲିଠୁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତିନୋଟି ଦିନିକିଆ ସିରିଜ ଆରମ୍ଭ ହୋଇଛି । ଗତକାଲି (ମଙ୍ଗଳବାର)ଖେଳାଯାଇଥିବା ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା ଇଂଲଣ୍ଡ । ୨୫.୨ ଓଭର ୧୧୦ ରନ କରି ଅଲ ଆଉଟ ହୋଇଥିଲା ଇଂଲଣ୍ଡ । ୧୧୧ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ତେବେ ଟାର୍ଗେଟକୁ ସହଜରେ ହାସଲ କରି ୧୮.୪ ଓଭରରେ ଭାରତ ୧୧୪ ରନ କରି ୧୦ ୱିକେଟରେ ଇଂଲଣ୍ଡକୁ ହରାଇଥିଲା । ଏହି ଦିନିକିଆ ସିରିଜର ପ୍ରଥମ ଦିନିକିଆରେ ବିଜୟ ହାସଲ କରି ଭାରତ ସିରିଜର୧-୦ରେ ଆଗୁଆ ରହିଛି । ହେଲେ ତାର ଗୋଟେ ଦିନ ପରେ ଅର୍ଥାତ ୧୩ ଜୁଲାଇ ୧୯୭୪ ମସିହା ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓଲଟା ପରିସ୍ଥିତି ହୋଇଥିଲା ।

ଆଜିକୁ ଠିକ ୪୮ ବର୍ଷ ତଳେ ଭାରତ ଖେଳିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ପରାଜୟର ଶିକାର ହୋଇଥିଲା । ଏହି ମ୍ୟାଚରେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡ ଆମନ୍ତ୍ରଣ କରିଥିଲା । ଇଂଲଣ୍ଡ ଏହି ମ୍ୟାଚରେ ୪ ୱିକେଟରେ ଭାରତକୁ ପରାସ୍ତ କରିଥିଲା । ଭାରତ ଏହି ପରାଜୟର ଶିକାର ହୋଇ ନୈରାଶ୍ୟଜନକ ଭାବରେ ତାର କ୍ରିକେଟ ଅଭିଯାନ ଆରମ୍ଭ କରିଥିଲା ।

ଭାରତ ୨୬୫ ରନ ସଂଗ୍ରହ କରିଥିଲା

ଭାରତ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୫୫ ଓଭରରେ ଭାରତ ୨୬୫ ରନ କରିଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ବ୍ରିଜେଶ ପଟେଲ ୭୮ ବଲରୁ ୮୨ ରନ ସଂଗ୍ରହ କରିଥିଲେ । ଏଥିରେ ଆଠଟି ଚୌକା ଏବଂ ଦୁଇଟି ଛକା ସାମିଲ ରହିଥିଲା । ସେହିପରି ଅଧିନାୟକ ଅଜିତ ୱାଡେକର ୮୨ ବଲରୁ ୧୦ ଟି ଚୌକା ମାରି ୬୭ ରନ ସଂଗ୍ରହ କରିଥିଲେ । ସେହିପରି ଓପନିଂ କରିବାକୁ ଆସିଥିବା ସୁନିଲ ଗାଭାସ୍କର ୨୮ ରନ ସଂଗ୍ରହ କରିଥିଲେ । ସେହିପରି ୱିକେଟ କିପର ଫାରୁଖ ଇଞ୍ଜିନିୟର ୩୨ ରନ ସଂଗ୍ରହ କରିଥିଲେ । ସେହିପରି ସୁଧୀର ନାଏକ ୧୮, ସୈୟଦ ଅବିଦ ଅଲୀ ୧୭ , ଗୁଣ୍ଡପ୍ପା ବିଶ୍ବନାଥ ୪, ଏକନାଥ ସୋଲକର ୩ ରନ ସଂଗ୍ରହ କରିଥିଲେ ।

ସେହିପରି ବୋଲିଂରେ ଭାରତୀୟ ଦଳ କମାଲ କରିଥିଲେ ବି ଦୁର୍ଭାଗ୍ୟବଶତଃ ଭାରତ ମ୍ୟାଚ ହାରିଯାଇଥିଲା । ଏହି ମ୍ୟାଚରେ ଏକନାଥ ସୋଲକର ୧୧ ଓଭଲ ବୋଲିଂ କରି ୩୧ ରନ ଦେଇ ୨ଟି ୱିକେଟ ହାସଲ କରିଥିଲା । ଏହି ସହିତ ସେ ଗୋଟେ ମେଡେନ ମଧ୍ୟ ନେଇଥିଲେ । ସେହିପରି ବିଶନ ସିଂହ ବେଦୀ ମଧ୍ୟ ୧୧ ଓଭର ବୋଲିଂ କରି ୬୮ ରନ ଦେଇ ୨ଟି ୱିକେଟ ହାତେଇ ଥିଲେ । ଏହା ସହିତ ଶ୍ରୀନିବାସ ଭେଙ୍କଟରାଘବନ ଓ ମଦନ ଲାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଭାରତ ପକ୍ଷରୁ ପ୍ରଥମ ଦିନିକିଆ ମ୍ୟାଚରେ ସୁନିଲ ଗାଭାସ୍କର, ସୁଧୀର ନାଏକ, ଅଜିତ ୱାଡେକର(ଅଧିନାୟକ), ଗୁଣ୍ଡପ୍ପା ବିଶ୍ବନାଥ, ଫାରୁଖ ଇଞ୍ଜିନିୟର(ୱିକେଟ କିପର), ବ୍ରି୍ଜେଶ ପଟେଲ, ଏକନାଥ ସୋଲକର,ସୈୟଦ ଅବିଦ ଅଲୀ, ଶ୍ରୀନିବାସ ଭେଙ୍କଟରାଘବନ, ମଦନ ଲାଲ ଏବଂ ବିଶନ ସିଂହ ବେଦୀ

ଭାରତ ବନାମ ଇଂଲଣ୍ଡ

୧୯୭୪ ମସିହାରୁ ଏପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରାୟ ୧୦୪ଟି ଦିନିକିଆ ମ୍ୟାଚ ଖେଳାଯାଇସାରିଛି । ଏଥିରେ ଭାରତ ୫୬ଟି ଦିନିକିଆ ମ୍ୟାଚରେ ବିଜୟ ହାସଲ କରି ଥିବା ବେଳେ ୪୩ ଟି ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି । ବାକି ମ୍ୟାଚ ଗୁ଼ଡିକ ଟାଇ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.