ETV Bharat / sports

ରଣଜୀ ଟ୍ରଫି: ଆଗାମୀ ଦୁଇ ମ୍ୟାଚ ପାଇଁ ପରିବର୍ତ୍ତନ ହେଲା ଓଡିଶା ଦଳ

author img

By

Published : Dec 24, 2022, 8:09 AM IST

ରଣଜୀ ସିଜିନର ଆସନ୍ତା ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା 17 ଜଣିଆ ଓଡିଶା ଦଳ । ଅଧିକ ପଢନ୍ତୁ

ରଣଜୀ ଟ୍ରଫି: ଆଗମୀ ଦୁଇ ମ୍ୟାଚ ପାଇଁ ପରିବର୍ତ୍ତନ ହେଲା ଓଡିଶା ଦଳ
ରଣଜୀ ଟ୍ରଫି: ଆଗମୀ ଦୁଇ ମ୍ୟାଚ ପାଇଁ ପରିବର୍ତ୍ତନ ହେଲା ଓଡିଶା ଦଳ

କଟକ: ରଣଜୀ ସିଜିନର ଆସନ୍ତା ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା 17 ଜଣିଆ ଓଡିଶା ଦଳ । କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ନାଗଲାଣ୍ଡ ଓ ହରିୟାଣା ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପୂର୍ବରୁ ଓଡିଶା ଟିମରେ ପରିବର୍ତ୍ତନ ଆଣିଛି ଓସିଏ । ଅଂଶୁମାନ ରଥ ଓ ଜୟନ୍ତ ବେହେରାଙ୍କୁ ଆଗାମୀ ଦୁଇ ମ୍ୟାଚ ପାଇଁ ଟିମରେ ସ୍ଥାନ ଦେଇଛି ଓସିଏ ଚୟନ କମିଟି । ତେବେ ପୂର୍ବ ପରି ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର । ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ଏହି ରଣଜୀ ସିଜିନର ପ୍ରସ୍ତୁତି କରିଛି ଓଡିଶା ।

ଯଦି ଗତ ଦୁଇ ମ୍ୟାଚ ଦେଖିବା ତେବେ ବରୋଦା ବିପକ୍ଷ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଥିଲା । ସେପଟେ ଉତ୍ତରାଖଣ୍ଡଠାରୁ ଗୋଟିଏ ପାଳି ଓ 99 ରନରେ ପରାଜୟ ବରଣ କରିଛି ଓଡିଶା । ତେବେ ଆଗାମୀ ମ୍ୟାଚରେ ବ୍ୟାକ କରିବା ପାଇଁ ଦଳକୁ ମଜଭୁତ କରିଛି ଓସିଏ । ଯଦି ଦେଖିବା ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ , ଶୁଭ୍ରାଂଶୁ ସେନାପତି ,ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ଅଂଶୁମାନ ରଥ ।

ସେହିପରି ବୋଲିଂ ଅର୍ଡରରେ ,ଜୟନ୍ତ ବେହେରା ,ସୂର୍ଯ୍ୟକାନ୍ତ ପ୍ରଧାନ, ରାକେଶ ପଟ୍ଟନାୟକ ,ଶୁଭମ ନାୟକ, ସୁନୀଲ କୁମାର ରାଉଳ, ପ୍ରୟାସ କୁମାର ସିଂ ରହିଛନ୍ତି । ନୂଆ ମୁଁହ ହିସାବରେ ସ୍ବସ୍ତିକ ସାମଲ, ତାରିଣୀ ସା, କାର୍ତ୍ତିକ ବିଶ୍ବାଳ ଚଳିତବର୍ଷ ରଣଜୀ ସିଜିନରେ ଓଡିଶା ପକ୍ଷରୁ ନଜର ଆସିଛନ୍ତି । ଅନ୍ୟପଟେ ୱିକେଟ କିପିଂ ପାଇଁ ଅଭିଜ୍ଞ ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.