ETV Bharat / sports

ଓଡ଼ିଆ କୋଚ୍ ଉପରେ ଫୋକସ କରୁ OCA: ପୂର୍ବତନ କ୍ରିକେଟର

author img

By

Published : Jul 17, 2022, 5:32 PM IST

ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦରୁ ପୂର୍ବତନ କ୍ରିକେଟର ଓ୍ବାସିମ ଜାଫର ଇସ୍ତଫା ଦେଇଛନ୍ତି । ଓ୍ବାସିମଙ୍କ ସ୍ଥାନରେ ପୂର୍ବତନ ରଣଜୀ ଖେଳାଳି ଆର.ଶ୍ରୀକାନ୍ତଙ୍କୁ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

OCA need to focus on Odia Coach
ଓଡ଼ିଆ କୋଚ୍ ଉପରେ ଫୋକସ କରୁ ଓସିଏ: ପୂର୍ବତନ କ୍ରିକେଟର

କଟକ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦରୁ ପୂର୍ବତନ କ୍ରିକେଟର ଓ୍ବାସିମ ଜାଫର ଇସ୍ତଫା ଦେଇଛନ୍ତି । ଦୁଇ ବର୍ଷର କର୍ଯ୍ୟକାଳ ପୂର୍ଣ୍ଣ କରିବା ଆଗରୁ ଓଡିଶା କ୍ରିକେଟ ସଙ୍ଘର ମୁଖ୍ୟ କୋଚ୍ରୁ ଇସ୍ତଫା ଦେଇଛନ୍ତି ୱାସିମ ଜାଫର । ଓ୍ବାସିମଙ୍କ ସ୍ଥାନରେ ପୂର୍ବତନ ରଣଜୀ ଖେଳାଳି ଆର.ଶ୍ରୀକାନ୍ତଙ୍କୁ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ଓଡିଶା କ୍ରିକେଟ ସଙ୍ଘକୁ ଜାଫର ବାଏ ବାଏ କହିଲା ପରେ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।

ଓଡ଼ିଆ କୋଚ୍ ଉପରେ ଫୋକସ କରୁ OCA: ପୂର୍ବତନ କ୍ରିକେଟର

ବିଗତ ଦିନ ମାନଙ୍କରେ ଓଡିଶା କ୍ରିକେଟ ସଂଘ(OCA) ପାଇଁ ଓଡ଼ିଆ କୋଚ୍ ଯେତିକି ସଫଳତା ଆଣିଛନ୍ତି ତାହା ଅନ୍ୟ କୋଚ୍‌ମାନେ କରି ପାରି ନାହାନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଆ କୋଚ୍ ଉପରେ ଓସିଏ ଭରସା କରୁ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଆର.ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀ ପାଇଁ ବୈଷୟିକ ନିର୍ଦ୍ଦେଶକ ଭାବେରେ କାର୍ଯ୍ୟ କରୁଛନ୍ତି । ଶ୍ରୀକାନ୍ତ ପୂର୍ବରୁ ଓଡିଶା ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି । ଏହାସହ ଗତ ୨୦ ବର୍ଷ ଧରି କ୍ରିକେଟ ପ୍ରଶିକ୍ଷଣ କ୍ଷେତ୍ରରେ ପରିଚୟ ହାସଲ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.