ETV Bharat / sports

ଇତିହାସ ରଚିବାକୁ ନ୍ୟୁଜିଲାଣ୍ଡ ପାଖେ ସୁବର୍ଣ୍ଣ ସୁଯୋଗ: ବୋଲ୍ଟ

author img

By

Published : Jun 1, 2021, 9:03 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲାକୁ ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ଅଧିକ ପଢନ୍ତୁ...

NZ in great place to create history: Boult on WTC final
ଇତିହାସ ରଚିବାକୁ ନ୍ୟୁଜିଲାଣ୍ଡ ପାଖେ ସୁବର୍ଣ୍ଣ ସୁଯୋଗ: ବୋଲ୍ଟ

ହାଇଦ୍ରାବାଦ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲାକୁ ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା ।

ଜୁନ 18-22 ରେ ସାଉଥାମ୍ପଟନରେ WTC ଫାଇନାଲ ମ୍ୟାଚ ଖେଳାଯିବ । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ନ୍ୟୁଜିଲାଣ୍ଡ ଟିମ ଆଗୁଆ ଇଂଲଣ୍ଡରେ ପହଞ୍ଚିସାରିଛି ଓ WTC ଫାଇନାଲ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ । ଅନ୍ୟପଟେ ଜୁନ 3ରେ ଭାରତ, ଇଂଲଣ୍ଡରେ ପହଞ୍ଚିବା ନେଇ ସୂଚୀ ରହିଛି ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ କହିଛନ୍ତି," ଟିମ ପାଖରେ ରହିଛି ଇତିହାସ ରଚିବାର ସୁଯୋଗ । ଭାରତକୁ ଓ ସଂସ୍କୃତି ସହ ପ୍ରଶଂସକଙ୍କୁ ଆମେ ଭଲପାଉ । ମାତ୍ର ପ୍ରତିନ୍ଦ୍ବନ୍ଦିତା ଜୋରଦାର ହେବ ।"

ବୋଲ୍ଟ, ନ୍ୟୁଜିଲାଣ୍ଡ ବୋଲିଂ ଆକ୍ରମଣର ଅନ୍ୟତମ ପ୍ରମୁଖ ଅସ୍ତ୍ର ରହିଛନ୍ତି ବୋଲ୍ଟ । ନ୍ୟୁଜିଲାଣ୍ଡ ପାଇଁ ବୋଲ୍ଟ 71ଟି ଟେଷ୍ଟ ଖେଳି 281ଟି ୱିକେଟ ଅକ୍ତିଆର କରିଛନ୍ତି ।

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ବୋଲିଂ ଆକ୍ରମଣର ନେତୃତ୍ବ ମଧ୍ୟ ବୋଲ୍ଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.