ETV Bharat / sports

ICC ODI World Cup 2023: ଖେଳ ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଅକ୍ଟୋବର 14ରେ ଭାରତ-ପାକିସ୍ତାନ ମ୍ୟାଚ

author img

By

Published : Aug 3, 2023, 8:28 AM IST

ଦିନିକିଆ ବିଶ୍ବକପରେ ବଦଳିଲା ଭାରତ ପାକିସ୍ତାନ ମ୍ୟାଚ ତାରିଖ। ଅକ୍ଟୋବଲ 14 ତାରିଖରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ

New date for India vs Pakistan World Cup match
New date for India vs Pakistan World Cup match

ନୂଆଦିଲ୍ଲୀ: ଅକ୍ଟୋବର 5ରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଦିନ ଯେତିକି ପାଖେଇ ଆସୁଛି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଛି । ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ ମ୍ୟାଚକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏହି ମ୍ୟାଚର ତାରିଖରେ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର 15ରେ ନୁହଁ ବରଂ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର 14 ତାରିଖରେ ଖେଳାଯିବ । ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅକ୍ଟୋବର 15 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ହେବା ନେଇ ପୂର୍ବରୁ ସୂଚୀ ଘୋଷଣା ହୋଇଥିଲା । ଏହି ମ୍ୟାଚ୍‌ରେ ଲକ୍ଷାଧିକ ଦର୍ଶକ ଷ୍ଟାଡିୟମରେ ରହିବେ । କିନ୍ତୁ ସେହିଦିନ ଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ । କାରଣ ଗୁଜୁରାଟରେ ନବରାତ୍ରୀ ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ ଏବଂ ସେଠାରେ ମଧ୍ୟ ଅନେକ ସୁରକ୍ଷାକର୍ମୀଙ୍କର ଆବଶ୍ୟକତା ରହିଥାଏ । ସେଥିପାଇଁ ଆଗାମୀ ଦିନରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ-World Cup 2023: ନବରାତ୍ରୀ ପାଇଁ ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଖେଳ ସୂଚୀରେ ପରିବର୍ତ୍ତନ ପାଇଁ ପୋଲିସ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ପରେ ଏନେଇ ବିସିସିଆଇ ଆଇସିସିକୁ ଅବଗତ କରାଇଥିଲା । ଏହାପରେ ଆଇସିସି ଏ ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଅବଗତ କରାଇବା ପରେ ଖେଳ ସୂଚୀରେ ପରିବର୍ତ୍ତନ ପାଇଁ ପିସିବି ରାଜି ହୋଇଥିଲା । ତେଣୁ ଅକ୍ଟୋବର 15 ପରିବର୍ତ୍ତେ 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ । ତେବେ ଅକ୍ଟୋବର 12 ତାରିଖରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ହେବାକୁ ଥିଲା । ଏହାକୁ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର 10ରେ ଏହି ମ୍ୟାଚ ଖେଳାଯିବ । ଅକ୍ଟୋବର 14 ତାରିଖରେ ମୋଟ ତିନୋଟି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ICC ODI World Cup 2023: ଭାରତରେ ICC ପ୍ରତିନିଧି ଦଳ, ସମସ୍ତ ଷ୍ଟାଡିୟମ୍‌ର ହେବ ଅନୁଧ୍ୟାନ

ଏକ ଲକ୍ଷରୁ ଊର୍ଦ୍ଧ୍ବ ଦର୍ଶକ ବସିବା ଭଳି ସାମର୍ଥ୍ୟ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ୪ଟି ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡ୍‌-ଇଂଲଣ୍ଡ, ଭାରତ-ପାକିସ୍ତାନ, ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ହାଇପ୍ରୋଫାଇଲ ମ୍ୟାଚ୍‌ ସମେତ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଏହି ଷ୍ଟାଡିୟମରେ ଖେଳା ଯିବାକୁ ଧାର୍ଯ୍ୟ ହୋଇଛି । ସେମିଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇ ଓ କୋଲକାତାରେ ଆୟୋଜନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.