ETV Bharat / sports

ଭଦ୍ରକ ପଡିଆରେ ଖେଳିଥିଲେ ଧୋନୀ ! ଭାଇରାଲ ହେଉଛି ମ୍ୟାଚ୍ ଲିଷ୍ଟ

author img

By

Published : Dec 10, 2022, 10:35 PM IST

ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିବା ପୂର୍ବରୁ ଭଦ୍ରକ ପଡିଆରେ ଖେଳିଥିବାର ଏକ ମ୍ୟାଚ ଲିଷ୍ଟ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ଭଦ୍ରକ ପଡିଆରେ ଖେଳିଥିଲେ ଧୋନୀ, ଭାଇରାଲ ହେଉଛି ମ୍ୟାଚ୍ ଲିଷ୍ଟ
ଭଦ୍ରକ ପଡିଆରେ ଖେଳିଥିଲେ ଧୋନୀ, ଭାଇରାଲ ହେଉଛି ମ୍ୟାଚ୍ ଲିଷ୍ଟ

ଭଦ୍ରକ: କ୍ରିକେଟ ଜଗତରେ କେବଳ ଧୋନୀଙ୍କ ନାମ ହିଁ କାଫି । ଯେ କୌଣସି ପରିସ୍ଥିତି ହେଉ ନା କାହିଁକି କିପରି ରଣନୀତି କରି ମ୍ୟାଚକୁ ହାତେଇ ହେବ ସେ ବିଦ୍ୟା ତାଙ୍କୁ ହିଁ ଜଣା । କ୍ୟାପଟେନ କୁଲଙ୍କ ପ୍ରଦର୍ଶନ ଓଡିଶା ମାଟିରେ ଅଧିକ ରହିନଥିଲେ ମଧ୍ୟ ତାଙ୍କର ସବୁ ଯାତ୍ରା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି । ବର୍ଷ ୨୦୧୭ ରେ ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ ଦ୍ବିତୀୟ ଦିନିକିଆରେ ଧୋନୀ ଓ ଯୁବରାଜ ସିଂହଙ୍କ ପାର୍ଟନରସିପ ୨୫୬ ରନର ସଂଗ୍ରହ କରିଥିଲା । ଯାହା ଆଜି ବି ପ୍ରଶଂସକ ମନରେ ତାଜା ହୋଇ ରହିଛି ।

ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିବା ପୂର୍ବରୁ ଭଦ୍ରକ ପଡିଆରେ ଖେଳିଥିବାର ଏକ ମ୍ୟାଚ ଲିଷ୍ଟ ଭାଇରାଲ ହୋଇଛି । ଏହାର ପ୍ରମାଣ ସଠିକ୍ ଭାବରେ ସ୍ପଷ୍ଟ ହୋଇପାରିନାହିଁ । ଏହା ଅନୁମାନ କରାଯାଉଛି କି ଧୋନୀ ଖଡଗପୁର ରେଲୱେ ତରଫରୁ ଖେଳିବା ପାଇଁ ୨୦୦୨ ମସିହାରେ ଭଦ୍ରକ ଆସିଥିଲେ । ଭଦ୍ରକର ନିବାସୀ ତଥା ଧୋନୀଙ୍କ ବଡ ପ୍ରଶଂସକ ଦିପ୍ତି ରଞ୍ଜନଙ୍କ ଦ୍ବାରା ଏକ ଟ୍ବିଟ କରାଯାଇଛି । ଯେଉଁଥିରେ କୁହାଯାଇଥିଲା କି ଧୋନୀ ବର୍ଷ ୨୦୦୨ ରେ ଖ଼ଡଗପୁର ସେରସା ଟିମ୍ ପକ୍ଷରୁ ଭଦ୍ରକ ଜିଲ୍ଲା ଖେଳିବା ପାଇଁ ଆସିଥିଲେ ।

ଏହି ମ୍ୟାଚର ନେତୃତ୍ବ କୌଶିକ ଚକ୍ରବର୍ତ୍ତୀ ନେଇଥିଲେ । ଏହା ସହିତ ପ୍ରଶାନ୍ତ ସିଂହ ରାୟ, ଏମଏସ ଧୋନୀ, ସତ୍ୟ ପ୍ରକାଶ, ରବିନ କୁମାର, ଆନିକେତ ଦାସ, ଆଶିଷ ଦେ, ସଞ୍ଜୟ ଚୌବେ, ଜୟେଶ ଶୁକ୍ଲା, ଦୀପକ ସିଂହ, ସୁରଜୀତ ମିତ୍ର, ସୁମନ ନାଗ, ଗୌତମ ଚୌଧୁରୀ, ଏନ ଶ୍ରୀନିବାସ ରାୟଙ୍କ ଭଳି କ୍ରିକେଟ ଏହି ମ୍ୟାଚରେ ସାମିଲ ରହିଥିଲେ ।

କ୍ୟାପଟେନ କୁଲ ଆଇସିସିର ଦିନିକିଆ ବିଶ୍ବକପ ଏବଂ ଟି୨୦ ବିଶ୍ବକପ ହାତେଇବା ଜଣେ ସଫଳତମ ଅଧିନାୟକ ଭାବରେ ତାଙ୍କର କ୍ରିକେଟ ଦୁନିଆରେ ବେଶ ଦବଦବା ରହିଛି । ଏହା ସହିତ ଧୋନୀ ଆଇପିଏଲ ଫ୍ରାଞ୍ଚାଇଜରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ନେତୃତ୍ବ କରି ଚାରି ଥର ଆଇପିଏଲ ଟ୍ରଫି ହାତେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.