ETV Bharat / sports

ଟିମ୍ ଇଣ୍ଡିଆକୁ ଫେରିବେ କ୍ୟାପ୍‌ଟେନ୍ କୁଲ, ମିଳିବ ବଡ ଦାୟିତ୍ୱ !

author img

By

Published : Nov 15, 2022, 10:59 PM IST

ଟି୨୦ ଫର୍ମାଟର ଏକ୍ସପୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୨୪ ଟି୨୦ ବିଶ୍ବକପ ପାଇଁ କୌଣସି ଏକ ଗୁରୁଦାୟିତ୍ବ ଦେଇପାରେ ବିସିସିଆଇ । ଅଧିକ ପଢନ୍ତୁ

ଟିମ୍ ଇଣ୍ଡିଆକୁ ଫେରିବେ କ୍ୟାପ୍‌ଟେନ୍ କୁଲ, ମିଳିବ ବଡ ଦାୟିତ୍ବ !
ଟିମ୍ ଇଣ୍ଡିଆକୁ ଫେରିବେ କ୍ୟାପ୍‌ଟେନ୍ କୁଲ, ମିଳିବ ବଡ ଦାୟିତ୍ବ !

ହାଇଦ୍ରାବାଦ : ପୁଣି ଟିମ୍ ଇଣ୍ଡିଆରେ ନଜର ଆସିବେ କ୍ୟାପଟେନ୍ କୁଲ୍ । ମହେନ୍ଦ୍ର ସିଂ ଧୋନୀ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିବା ନେଇ ଚର୍ଚ୍ଚା ଜାରି ରହିଛି ଟି୨୦ ବିଶ୍ବକପ ୨୦୨୨ର ପୂର୍ଣ୍ଣଚ୍ଛେଦ ପଡିସାରିଛି । ଏହି ବିଶ୍ବକପ ଦୌଡରେ ଇଂଲିସ୍ ଟିମ୍ ଚମ୍ପିଆନ୍ ହୋଇଛି । ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ ବଳରେ ସେମିଫାଇନାଲରେ ପ୍ରବେଶ କରିଥିଲା । କୋଟି ଭାରତୀୟଙ୍କ ଆଶା ରହିଥିଲା କି ରୋହିତ୍ ଏଣ୍ଡ କୋ ବିଶ୍ବକପ ଚମ୍ପିଆନ୍ ହେବେ । ହେଲେ ଫଳାଫଲ ହୋଇଥିଲା ଓଲଟା । ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହାପରେ ଭାରତର ବିଶ୍ବକପ ଜିତିବା ଆଶା ଆଶାରେ ରହିଯାଇଥିଲା । ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ବିପକ୍ଷ ଦଳଠାରୁ ୧୦ ୱିକେଟରେ ପରାସ୍ତ ହେବା ଘଟଣା ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଏବେ ସମାଲୋଚନା ଜାରି ରହିଛି ।

ଏନେଇ ଆକ୍ସନ ମୁଡରେ ନଜର ଆସିଛି ବିସିସିଆଇ । ଟି୨୦ ବିଶ୍ବକପରେ କେଉଁଠି ତ୍ରୁଟି ରହିଲା ଯାହା ପାଇଁ ଦଳକୁ ସେମିଫାଇନାଲରେ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଲା ସେନେଇ ଏକ ରିଭ୍ୟୁ ମିଟିଙ୍ଗ୍ ଡକାଯାଇଛି । ଟିମ୍ ଇଣ୍ଡିଆର ନବକଳେବର ନେଇ ବିସିସିଆଇ ଯୋଜନା କରିଛି । ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି କି ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍‌ କୁଲ୍‌ ପୁଣି ଥରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଭାରତୀୟ କ୍ରିକେଟ ଟିମ୍‌ର ଏହି ସଫଳ ଅଧିନାୟକଙ୍କୁ ମିଳିପାରେ ଏକ ବଡ ଦାୟିତ୍ବ ।

ସୂଚନା ଅନୁାଯାୟୀ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ରିକେଟର ତିନୋଟି ଫର୍ମାଟର ଦାୟିତ୍ବ ନେବା ମୁସ୍କିଲ ହେଉଛି । ୱର୍କଲୋଡ ମ୍ୟାନଜମେଣ୍ଟ ପାଇଁ BCCI ତିନୋଟି ଫର୍ମାଟରେ ପ୍ରଶିକ୍ଷକଙ୍କ ଭୂମିକାକୁ ଅଲଗା ଅଲଗା କରିବାକୁ ଚାହୁଁଛି । ଯାହା ଅନୁମାନ କରାଯାଉଛି ବୋର୍ଡ ଟି୨୦ ଫର୍ମାଟର ଏକ୍ସପୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୨୪ ଟି୨୦ ବିଶ୍ବକପ ପାଇଁ କୌଣସି ଏକ ଗୁରୁଦାୟିତ୍ବ ଦେଇପାରେ । ତେବେ ଧୋନୀଙ୍କୁ କେଉଁ ଫର୍ମାଟରେ କେଉଁ ଦାୟିତ୍ବ ନିର୍ବାହ କରାଯିବ ସେନେଇ ବିସିସିଆଇ ବିଦ୍ଧିବଦ୍ଧ ଭାବରେ କୌଣସି ଘୋଷଣା କରିନାହିଁ । ତେବେ ଆଗକୁ ହେବାକୁ ଥିବା ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ଏବିଷୟରେ ଆଲୋଚନା ନେଇ ଚର୍ଚ୍ଚା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.