ETV Bharat / sports

ଲାଇଭ ଆସି ଫ୍ୟାନ୍ସଙ୍କୁ ଝଟ୍‌କା ଦେଲେ ଧୋନୀ

author img

By

Published : Sep 25, 2022, 5:57 PM IST

କ୍ୟାପଟନ କୁଲ୍‌ ସବୁ ସସପେନ୍ସ ଉପରୁ ପରଦା ଉଠାଇଛନ୍ତି । ସୋସିଆଲ ମିଡିଆ ଲାଇଭରେ ଧୋନୀ ଫ୍ୟାନ୍ସଙ୍କ ସହିତ ଜଡିତ ହୋଇ ଓରିଓ ବିସ୍କୁଟ ଲଞ୍ଚ ବାବଦରେ କହିଥିଲେ । ଅଧିକ ପଢନ୍ତୁ

ସସପେନ୍ସର ହେଲା ଖୁଲାସା, ଏହି କାରଣରୁ ଧୋନୀ ଆସିଥିଲେ LIVE
ସସପେନ୍ସର ହେଲା ଖୁଲାସା, ଏହି କାରଣରୁ ଧୋନୀ ଆସିଥିଲେ LIVE

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ(Mahendra Singh Dhoni) ଲାଇଭ ଆସି ଫ୍ୟାନ୍ସଙ୍କୁ ଦେଇଛନ୍ତି ଝଟ୍‌କା । ଶନିବାର ଧୋନି ସୋସିଆଲ ମିଡିଆରେ ଆଜି(ରବିବାର) ଦିନ୨.୦୦ଟାରେ ବଡ ଘୋଷଣା କରିବାକୁ ସୂଚନା ଦେଇଥିଲେ । ଗଣମାଧ୍ୟମ ଓ କ୍ରିକେଟ ଆକ୍ସନର ଦୀର୍ଘ ଦିନ ଧରି ଦୂରରେ ଥିବା ଧୋନୀ ବଡ କଥା କହିବାକୁ ଘୋଷଣା କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଥିଲା । ଏପରିକି କେହି କେହି ଧୋନୀ କ୍ରିକେଟ ଛାଡିବେ ବୋଲି ଚର୍ଚ୍ଚା କରିଥିଲେ । ଟି୨୦ ବିଶ୍ବକପ ଆଗକୁ ଥିବାରୁ ଧୋନି ଟିମ ସହିତ ଯୋଡି ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ସମସ୍ତଙ୍କୁ ଚକମା ଦେଇଥିଲେ ମାହି ।

ସସପେନ୍ସର ହେଲା ଖୁଲାସା, ଏହି କାରଣରୁ ଧୋନୀ ଆସିଥିଲେ LIVE
ସସପେନ୍ସର ହେଲା ଖୁଲାସା, ଏହି କାରଣରୁ ଧୋନୀ ଆସିଥିଲେ LIVE

ପୂର୍ବ ଘୋଷଣା ଅନୁଯାୟୀ ରବିବାର ଲାଇଭ ଆସିଥିଲେ ଧୋନୀ । ସେତେବେଳକୁ ଅନେକ ଫ୍ୟାନ୍ସ ଉତ୍ସାହର ସହ ଧୋନିଙ୍କ ଏଲି ଲାଇଭରେ ଯୋଡ ହୋଇଥିଲେ । ତେବେ ନିଜର ଏକ ବ୍ୟବସାୟିକ ଅନୁବନ୍ଧିତ ବିଷୟରେ ସୂଚନା ଦେଇଥିଲେ । ଓରିଓ ବିସ୍କୁଟ ଲଞ୍ଚ ବାବଦରେ ଖୁଲାସା କରିଥିଲେ । ଫଳରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମଜାଦାର ପୋଷ୍ଟ କରିପାରେ ଲାଗିଛନ୍ତି । ପୂର୍ବରୁ ଧୋନୀ ଏବଂ ତାଙ୍କର ଝିଅ ଜିଭା ଏହି ଓରିଓ ବିସ୍କୁଟ କମ୍ପାନୀ ପାଇଁ ଆଡଭାଟାଇଜ କରିଛନ୍ତି ।

ସେ ଏକ ଭିଡିଓରେ ଏ ବାବଦରେ କହିଥିଲେ କି ୨୦୧୧ ମସିହାରେ ଓରିଓ ବିସ୍କୁଟ ଭାରତରେ ଲଞ୍ଚ କରାଯାଇଥଲା । ଏହା ସହିତ ଭାରତ ୨୦୧୧ ମସିହାରେ ଭାରତ ବିଶ୍ବ ବିଜେତା ହୋଇଥିଲା । ଏବେ ପୁଣି ଥରେ ଓରିଓ ବିସ୍କୁଟ ଭାରତରେ ଲଞ୍ଚ ହୋଇଛି । ଆଉ ଏହା ସହିତ ଭାରତ ଟି୨୦ ବିଶ୍ବକପ ମଧ୍ୟ ହାତେଇବ । ଏନେଇ ଧୋନୀ ତାଙ୍କ ହେୟାରଷ୍ଟାଇଲ ମଧ୍ୟ ୨୦୧୧ ମସିହାରେ ଯେଉଁପରି ଥିଲା ସେହିପରି ରଖିଛନ୍ତି ।

ତେବେ ଯେତେବେଳେ ଧୋନୀ କିଛି ବଡ ଘୋଷଣା କରିବା ନେଇ ଫେସବୁକରେ ସୂଚନା ଦେଇଥିଲେ, ସେତେବେଳେ ତାଙ୍କ ନାମରେ ବିଭିନ୍ନ ଖବର ପ୍ରଚାର ହେବାକୁ ଲାଗିଥିଲା । ଯେମିତିକି ସେ ଆଇପିଏଲରୁ ଅବସର ନେଇପାରନ୍ତି । ତେବେ ତାଙ୍କ ନାମରେ ପ୍ରଚାର ହୋଇଥିବା ଫେକ ନ୍ୟୁଜ ସବୁ ଭୁଲ ସାବ୍ୟସ୍ତ ହୋଇଛି । ସେ ବର୍ଷ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା କ୍ୟାପଟେନ କୁଲ ଆଇସିସିର ଦିନିକିଆ ବିଶ୍ବକପ ଏବଂ ଟି୨୦ ବିଶ୍ବକପ ହାତେଇଥିବା ଜଣେ ସଫଳତମ ଅଧିନାୟକ ଭାବରେ କ୍ରିକେଟ ଦୁନିଆରେ ତାଙ୍କର ପରିଚୟ ରହିଛି । ଏହା ସହିତ ଧୋନୀ ଆଇପିଏଲ ଫ୍ରାଞ୍ଚାଇଜରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ନେତୃତ୍ବ କରି ଚାରି ଥର ଆଇପିଏଲ ଟ୍ରଫି ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.