ETV Bharat / sports

ଧୋନୀଙ୍କୁ ଆସିଥିଲା ଏହି ଅଫର, BCCI ନିୟମ ସାଜିଲା ବାଧକ

author img

By

Published : Jan 20, 2023, 8:08 AM IST

୨୦୨୩ IPLରେ ମଧ୍ୟ CSKର କମାଣ ମାହିଙ୍କ ହାତରେ ରହିବ । ହେଲେ ସେ ଜୋବର୍ଗ ସୁପର କିଙ୍ଗ୍ସରେ କୌଣସି ଭୂମିକା ନିଭାଇ ପାରିବେ ନାହିଁ । ଅଧିକ ପଢନ୍ତୁ

ମହେନ୍ଦ୍ର ସିଂହ ଧୋନୀ
ମହେନ୍ଦ୍ର ସିଂହ ଧୋନୀ

ହାଇଦ୍ରାବାଦ: ଧୋନୀ ଜୋବର୍ଗ ସୁପର କିଙ୍ଗ୍ସର କୋଚ ହେବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ BCCIର ନିୟମ ପାଇଁ ତାଙ୍କୁ ଏହି ନିଷ୍ପତ୍ତିକୁ ମନା କରିବାକୁ ପଡିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ମଧ୍ୟ କ୍ୟାପଟେନ କୁଲ IPLରେ ସକ୍ରିୟ ରହିଛନ୍ତି । ୨୦୨୨ IPLରେ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଧୋନୀ ହିଁ ଅଧିନାୟକ ପଦ ସମ୍ଭାଳିଥିଲେ ।

ସେହିପରି ୨୦୨୩ IPLରେ ମଧ୍ୟ CSKର କମାଣ ମାହିଙ୍କ ହାତରେ ରହିବ । ହେଲେ ସେ ଜୋବର୍ଗ ସୁପର କିଙ୍ଗ୍ସ ସହିତ ଜଡିତ ହୋଇ ରହିପାରିବେ ନାହିଁ । ଏହି JSK ଇଣ୍ଡିଆ ସିମେଣ୍ଟର ଫ୍ରାଞ୍ଚାଇଜ ଯାହା ଦକ୍ଷିଣ ଆଫ୍ରିକାରେ SA20 କ୍ରିକେଟ ଲିଗ ଖେଳୁଛି ।

ବିଦେଶୀ ଟିମ ସହିତ ଯୋଡି ହୋଇ ପାରିବେନି ଭାରତୀୟ ଖେଳାଳି: ଭାରତୀୟ କ୍ରିକେଟର ବିଦେଶୀ ଲିଗ ଖେଳିପାରିବେନି । ଭାରତୀୟ କ୍ରିକେଟରଙ୍କୁ ବିଦେଶୀ ଲିଗ ଖେଳିବା ପାଇଁ ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛେଦ ହେବାକୁ ପଡିଥାଏ । ସେଥିପାଇଁ ମହେନ୍ଦ୍ର ସିଂହ ଧୋନୀ JSK ସହିତ ଜଡିତ ହୋଇ ରହିପାରିବେ ନାହିଁ । କି ସେହି ଫ୍ରାଞ୍ଚାଇଜ ଟିମରେ କୋଚ ମଧ୍ୟ ହୋଇ ରହିପାରିବେ ନାହିଁ । IPL ୨୦୨୩ ସଂସ୍କରଣ କ୍ୟାପଟେନ କୁଲଙ୍କ ପାଇଁ ଅନ୍ତିମ ସଂସ୍କରଣ ହୋଇପାରେ । ଏହା ପରେ ସେ JSK ସହିତ ଜଡିତ ହୋଇପାରିବେ ।

ବିଦେଶରେ ଖେଳିବା ନେଇ BCCI ନିୟମ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ନିୟମ ଅନୁସାରେ କୌଣସି ଭାରତୀୟ ଖେଳାଳି ବିଦେଶୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ । ଯଦି ଭାରତୀୟ କ୍ରିକେଟର ବିଦେଶୀ ଲିଗରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ IPL ସହିତ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ପଡିବ । ଏହି ନିୟମ କାରଣରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଜୋବର୍ଗ ସୁପର କିଙ୍ଗ୍ସରେ କୌଣସି ଭୂମିକା ନିଭାଇ ପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.