ETV Bharat / sports

New Year 2023 : ପରିବାର ସହିତ ନୂଆ ବର୍ଷ ସେଲିବ୍ରେସନ କଲେ ଭାରତୀୟ କ୍ରିକେଟର

author img

By

Published : Jan 1, 2023, 6:33 PM IST

ଭାରତୀୟ କ୍ରିକେଟର ନୂଆ ବର୍ଷ ପାଳନ କରିଛନ୍ତି । କିଛି କ୍ରିକେଟର ସାଙ୍ଗମାନଙ୍କ ସହିତ ସେଲିବ୍ରେଟ କରିଥିବା ବେଳେ କିଛି କ୍ରିକେଟର ନିଜ ପରିବାର ସହିତ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତ

ପରିବାର ସହ ଗୌତମ ଗମ୍ଭୀର ଏବଂ ପତ୍ନୀଙ୍କ ସହିତ ବିରାଟ
ପରିବାର ସହ ଗୌତମ ଗମ୍ଭୀର ଏବଂ ପତ୍ନୀଙ୍କ ସହିତ ବିରାଟ

ହାଇଦ୍ରାବାଦ: ପଦାର୍ପଣ କରିଛି ବର୍ଷ ୨୦୨୩ । ନୂଆବର୍ଷ ଅବସରରେ କ୍ରିକେଟରମାନେ ପରିବାର ଓ ପ୍ରିୟଜନମାନଙ୍କ ସହିତ ପାଳନ କରିଛନ୍ତି । କିଛି କ୍ରିକେଟର ସାଙ୍ଗମାନଙ୍କ ସହିତ ପାଳନ କରିଥିବା ବେଳେ କିଛି କ୍ରିକେଟର ନିଜ ପରିବାର ସହିତ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଏଥର ନୂଆ ବର୍ଷରେ ଭାରତୀୟ କ୍ରିକେଟ ଟିମକୁ କୌଣସି ମ୍ୟାଚ ଖେଳିବାକୁ ପଡିନାହିଁ । ଯେଉଁ କାରଣରୁ ସେମାନେ ନିଜର ଆତ୍ମୀୟସ୍ବଜନମାନଙ୍କ ସହିତ ନୂଆବର୍ଷ ସେଲିବ୍ରେଟ କରିବାକୁ ସୁଯୋଗ ପାଇଛନ୍ତି । ଆଉ କେହି ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

  • Wishing you a safe, prosperous and Happy new year ❤️. Hope everybody has a great 2023 👊🥳

    — hardik pandya (@hardikpandya7) January 1, 2023 " class="align-text-top noRightClick twitterSection" data=" ">

କ୍ୟାପଟେନ କୁଲ ତଥା ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ପତ୍ନୀ ସାକ୍ଷୀ ସିଂହ ଧୋନୀ ଏବଂ ଜିଭା ଧୋନୀଙ୍କ ସହିତ ନୂଆ ବର୍ଷ ପାଳନ କରିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ତାଙ୍କ ସାଙ୍ଗମାନଙ୍କ ସହିତ ନୂଆ ବର୍ଷ ପାଳନ କରିଛନ୍ତି । ଷ୍ଟାର ବ୍ୟାଟର ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ସହିତ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ।

  • As we enter the year 2023, with unexplainable gratitude in my heart, I thank you for all the love and support you have showered upon me this year ♥️
    Here’s hoping for an even greater year ahead, wishing you all a very happy new year 🤩 pic.twitter.com/mu44f5Mz41

    — Surya Kumar Yadav (@surya_14kumar) December 31, 2022 " class="align-text-top noRightClick twitterSection" data=" ">

ଏହି ତାରକା କ୍ରିକେଟରମାନଙ୍କ ନୂଆ ବର୍ଷ ସେଲିବ୍ରେସନ ଏତିକିରେ ସୀମିତ ରହିନାହିଁ । ସେମାନଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରିଛନ୍ତି ପ୍ରଶଂସକ । ଜିଭା ଧୋନୀ ମହେନ୍ଦ୍ର ସିଂହ ଧୋନୀଙ୍କ କୋଳରେ ବସି ନୂଆ ବର୍ଷକୁ ସେଲିବ୍ରେଟ କରୁଥିବାର ନଜିର ରହିଛି । ସେହିପରି ଉଭୟ କ୍ୟାପଟେନ୍ କୁଲ ଓ ଜିଭା ନୂଆ ବର୍ଷ ସେଲିବ୍ରେଟ କରୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସାକ୍ଷୀ ଧୋନୀ । ସେହିପରି ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ପତ୍ନୀ ନତାଶା ଓ ଦୁଇ ଝିଅଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି ।

ସେପଟେ କିଛି କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବିଟର ମାଧ୍ୟମରେ ପ୍ରଶଂସକମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସୂର୍ଯ୍ୟକୁମାର ଯାଦବ ବର୍ଷ ୨୦୨୨ରେ ଫ୍ୟାନ୍ସଙ୍କଠାରୁ ପାଇଥିବା ଭଲପାଇବା ଓ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଜାନୁଆରୀ ୩ରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କା ବିପକ୍ଷରେ ୩ ଟିକିଆ ଟି୨୦ ସିରିଜ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.