ETV Bharat / sports

ପାକିସ୍ତାନ ଏବଂ ଶ୍ରୀଲଙ୍କା ଗସ୍ତରେ ବହୁତ କିଛି ଶିଖିବାକୁ ମିଳିଲା: କୁମିନ୍ସ

author img

By

Published : Jul 12, 2022, 9:24 PM IST

ପାକିସ୍ତାନ ଏବଂ ଶ୍ରୀଲଙ୍କା ଗସ୍ତରେ ବହୁତ କିଛି ଶିଖିବାକୁ ମିଳିଲା । ଏହି ଉପମହାଦ୍ବୀପ ଦେଶ ଗୁଡିକରେ ଖିଳିବାର ଅନୁଭୂତି ଭବିଷ୍ୟତରେ କାମରେ ଆସିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ଅଧିନାୟକ ପ୍ୟାଟ କୁମିନ୍ସ । ଅଧିକ ପଢନ୍ତୁ

ପାକିସ୍ତାନ ଏବଂ ଶ୍ରୀଲଙ୍କା ଗସ୍ତରେ ଶିଖିବାକୁ ମିଳିଲା : ପେଟ କମିନ୍ସ
ପାକିସ୍ତାନ ଏବଂ ଶ୍ରୀଲଙ୍କା ଗସ୍ତରେ ଶିଖିବାକୁ ମିଳିଲା : ପେଟ କମିନ୍ସ

ହାଇଦ୍ରାବାଦ: ପାକିସ୍ତାନ ଏବଂ ଶ୍ରୀଲଙ୍କା ଗସ୍ତରେ ବହୁତ କିଛି ଶିଖିବାକୁ ମିଳିଲା । ଏହି ଉପମହାଦ୍ବୀପ ଦେଶ ଗୁଡିକରେ ଖିଳିବାର ଅନୁଭୂତି ଭବିଷ୍ୟତରେ କାମରେ ଆସିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ଅଧିନାୟକ ପ୍ୟାଟ କୁମିନ୍ସ । ଆଗକୁ ଭାରତ ସହିତ ଥିବା ସିରିଜରେ ଏହି ଅନୁଭୂତି ବହୁତ କାମରେ ଆସିବ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ନିକଟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ସହିତ ଟେଷ୍ଟ ସିରଜ ଡ୍ର ରହିଛି । ଏହି ସିରିଜରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା ପରେ ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ 39 ରନରେ ହରାଇ ଶ୍ରୀଲଙ୍କା ବିଜୟୀ ହୋଇଛି । ଏହା ହେଉଛି ଖେଳର ରିଏଲିଟି ଚେକ ବୋଲି ସେ ଭାବପ୍ରବଣତା ହୋଇ କହିଛନ୍ତି ।

ଶ୍ରୀଲଙ୍କା ପୂର୍ବରୁ ଅଷ୍ଟ୍ରେଲିଆ ପାକିସ୍ତାନ ସହିତ ସିରିଜ ଖେଳିଥିଲା । ମୋତେ ଲାଗୁଛି ଆମର କିଛି ବ୍ୟାଟର ଏବଂ କିଛି ବୋଲର ଉପମହାଦ୍ବୀପ ଦେଶରେ ଖେଳି ନାହାଁନ୍ତି । ତେଣୁ ଦୁଇଟି ଅଲଗା ଅଲଗା ସିରିଜରେ କିଛି ନୂଆ ଅନୁଭୂତି ମିଳିଥିଲା । ଆମକୁ ଏବେ ଜଣା ପଡୁଛି କି ଏଠି ସିରିଜ କିମ୍ବା ମ୍ୟାଚ ଜିତିବା ଏତେ ସହଜ ନୁହେଁ । ଆମେ ପାକିସ୍ତାନରେ ସିରିଜ ଜିତି ନେଇଥିଲୁ ହେଲେ ଶ୍ରୀଲଙ୍କା ସହିତ ସିରିଜ ଡ୍ର ରଖିବାକୁ ପଡିଲା । ନିଜ ମାଟି ଠାରୁ ଅଲଗା ଅଲଗା ପରିସ୍ଥିତିରେ ଖେଳିବା ଏତେ ସହଜ ନୁହେଁ । ଏହା ହେଉଛି ଖେଳର ବାସ୍ତବିକତା ଅନୁଭୂତି ଯାହା ଦୁଇଟା ଦେଶରେ ଖେଳି ଆମେ ଅନୁଭବ କରିଛୁ । ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଭାରତ ସହିତ ବୋର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଯାଉଛି । ଆମେ ବୋଲିଂ ଏବଂ ବ୍ୟାଟିଂ ବିଭାଗ ଉଭୟ ଉପରେ ଅଧିକ ଫୋକସ କରିବୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ଅଧିନାୟକ ପ୍ୟାଟ କୁମିନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.