ETV Bharat / sports

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସଚିନ ଓ କୋହଲିଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Dec 7, 2023, 10:15 AM IST

ଜାନୁୟାରୀ ୨୨ରେ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ସାମିଲ ହେବେ 8 ହଜାର ମାନ୍ୟଗଣ୍ୟ ବ୍ୟକ୍ତି । ଅଧିକ ପଢନ୍ତୁ

Ram Mandir Inauguration
Ram Mandir Inauguration

ଲକ୍ଷ୍ନୌ: ଖୁବ ଜୋରସୋରେ ଆଗେଇ ଚାଲିଛି ଆଯୋଧ୍ୟା ରାମ ମନ୍ଦିର କାର୍ଯ୍ୟ । ଆସନ୍ତା ଜାନୁୟାରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରିତ କରାଯାଇଛି । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲି ମଧ୍ୟ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଉଭୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା ବେଳେ ସେମାନେ ଗ୍ରହଣ କରିଥିବା ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି । ପ୍ରଥମ ଥର ପାଇଁ କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହେବାକୁ ଏହି ଦୁଇ କ୍ରିକେଟରଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉଦଘାଟନୀ ସମାରୋହରେ 8 ହଜାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ

ଏହି ଦୁଇ କ୍ରିକେଟରଙ୍କ ବ୍ୟତିତ 8000 ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି । ବଲିଉଡ ତାରକା, ଶିଳ୍ପପତି, ରାଜନେତା ଓ କ୍ରିକେଟ ଷ୍ଟାର ଅତିଥି ରୂପ ଉଦଘାଟନୀ ସମାରୋହରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଚିନ ତେନ୍ଦୁଲକର, ବିରାଟ କୋହଲି, ବଲିଉଡର ବିଗ୍‌ ବି' ଓ ଶିଳ୍ପପତି ମୁକେଶ ଅମ୍ବାନୀଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ଉଦଘାଟନ ପରେ ଜାନୁଆରୀ 26 ତାରିଖରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

ଧାର୍ମିକ କାର୍ଯ୍ୟ ସହିତ ସଚିନ ଏବଂ ବିରାଟ ନିଜକୁ ନିୟୋଜିତ କରୁଥିବା ଅନେକ ଥର ସାମ୍ନାକୁ ଆସିଛି । ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଦେଶର ବିଭିନ୍ନ ଧାର୍ମିକ ସ୍ଥାନ ଭ୍ରମଣ କରି ପୂଜାପାଠ କରୁଥିବା ନଜିର ରହିଛି । ଧାର୍ମିକ ସ୍ଥାନ ପରିଦର୍ଶନ କରି ପୂଜାପାଠ କରିବା ପରଠାରୁ ବିରାଟ ତାଙ୍କ ଫର୍ମକୁ ଫେରିଥିବା ଫ୍ୟାନ୍ସଙ୍କ ମତ । ରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଅଯୋଧ୍ୟାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବ । ଚଳିତ ମାସ 15 ତାରିଖ ସୁଦ୍ଧା ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ନେଇ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.