ETV Bharat / sports

ଭାରତ ଛାଡିଲେ କେକେଆର କ୍ୟାପଟେନ ମୋର୍ଗାନ

author img

By

Published : May 7, 2021, 7:17 PM IST

ଭାରତ ଛାଡିଲେ କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ । ଅଧିକ ପଢନ୍ତୁ...

KKR skipper Eoin Morgan exits India, heads to Maldives with Hussey, Cummins and Cutting
ଭାରତ ଛାଡିଲେ କେକେଆର କ୍ୟାପଟେନ ମୋର୍ଗାନ

ନୂଆଦିଲ୍ଲୀ: ଭାରତ ଛାଡିଲେ କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣ ସ୍ଥଗିତ ହେବାପରେ ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ବିଦେଶୀ ଖେଳାଳି ମଙ୍ଗଳବାର ଠାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଜାରି ରହିଛି ।

  • #KKR Overseas Players & Support Staff Travel Update: 👋🏼 Goodbye to the Skipper, Mentor, Carnage Cummins and our ace all-rounder as they safely exit the Indian border into Maldives.

    Wishing you legends safe transit home & see you soon! 🏠 @DavidHussey29 #IPL2021 #StaySafe pic.twitter.com/mIsCplI97F

    — KolkataKnightRiders (@KKRiders) May 7, 2021 " class="align-text-top noRightClick twitterSection" data=" ">

ମୋର୍ଗାନ, ଓ ଅଲରାଉଣ୍ଡର କମିନ୍ସ , ହସି ଓ କଟିଂ ସୁରକ୍ଷିତ ଭାବେ ମାଳଦୀପ ଅଭିମୁଖେ ଉଡାଣ ଭରିଥିବା ଫ୍ରାଞ୍ଚାଇଜ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।

ପୂର୍ବରୁ ବୁଧବାର ଇଂଲଣ୍ଡ କ୍ରିକେଟ ଟିମ୍‌ର ଯୋଗାଯୋଗରକ୍ଷାକାରୀ ମୁଖ୍ୟ ଡାନି ରିୟୁବେନ 8ଜଣ ଇଂଲଣ୍ଡ ଖେଳାଳି ୟୁକେ ଫେରିଥିବା ନେଇ ସ୍ପଷ୍ଟ କରିଥିଲେ । ଏଥିସହ ଆଗାମୀ 48 ଘଣ୍ଟା ମଧ୍ୟରେ ଅନ୍ୟ 3ଜଣ ଖେଳାଳି ଭାରତ ଛାଡିବେ ବୋଲି ସୂଚନା ଦେଇଥିଲେ ।

ଜନ୍ନି ବେୟାରଷ୍ଟୋ(ସନରାଇଜର୍ସ ହାଇଦ୍ରାବାଦ), ଜସ ବଟଲର(ରାଜସ୍ଥାନ ରୟାଲ୍ସ), ସାମ କରନ(ଚେନ୍ନାଇ ସୁପର କିଙ୍ଗ୍ସ), ଟମ କରନ(ଦିଲ୍ଲୀ କ୍ୟାପିଟାଲ୍ସ), ସାମ ବିଲିଙ୍ଗ୍ସ(ଦିଲ୍ଲୀ କ୍ୟାପିଟାଲ୍ସ), କ୍ରିସ ଓର୍କ୍ସ(ଦିଲ୍ଲୀ କ୍ୟାପିଟାଲ୍ସ), ମୋଇନ ଅଲୀ(ଚେନ୍ନାଇ ସୁପର କିଙ୍ଗ୍ସ), ଓ ଜେସନ ରୟ(ସନରାଇଜର୍ସ ହାଇଦ୍ରାବାଦ) ବୁଧବାର ଇଂଲଣ୍ଡ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.