ETV Bharat / sports

Root Resigns as England Test skipper: ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦ ଛାଡିଲେ ରୁଟ୍‌

author img

By

Published : Apr 15, 2022, 3:21 PM IST

ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ବ୍ୟାଟର ଜୋ ରୁଟ୍‌ । ୱେଷ୍ଟ-ଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଦଳ ଶୋଚନୀୟ ପ୍ରଦର୍ଶନ କରି ପରାଜିତ ହୋଇଥିଲା । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦ ଛାଡିଲେ ରୁଟ୍‌
ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ବ୍ୟାଟର ଜୋ ରୁଟ୍‌ । ୱେଷ୍ଟ-ଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଦଳ ଶୋଚନୀୟ ପ୍ରଦର୍ଶନ କରି ପରାଜିତ ହୋଇଥିଲା । ଏହାପରେ ଅଧିନାୟକ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି ଜୋ ରୁଟ୍‌ । 5 ବର୍ଷର ଅଧିନାୟକତ୍ବ ଯାତ୍ରା ରୁଟଙ୍କ ଶେଷ ହୋଇଛି । ଇଂଲଣ୍ଡ ଟେଷ୍ଟ ଅଧିନାୟକ ଭାବରେ ସବୁଠାରୁ ଅଧିକ ମ୍ୟାଚ୍‌ ବିଜୟ ହେବା ରେକର୍ଡ ଜୋ ରୁଟ୍‌ଙ୍କ ନାମରେ ରହିଛି । ସେ ଇଲଂଣ୍ଡ ଅଧିନାୟକ ଭାବରେ ୨୭ଟି ଟେଷ୍ଟ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ତାଙ୍କ ପଛକୁ ମାଇକେଲ ୱନ୍‌ ୨୬ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ସେହିଭଳି ସାର୍‌ ଆଲାଷ୍ଟାର କୁକ୍‌ ଓ ଆଣ୍ଡ୍ର୍ୟୁ ଷ୍ଟ୍ରସ ୨୪ଟି ଲଖାଏଁ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି ।

ଏହାକୁ ନେଇ ରୁଟ୍‌ କହିଛନ୍ତି ଯେ, "ଇଂଲଣ୍ଡ ଦଳର ଅଧିନାୟକତ୍ବ କରିଥିବାରୁ ମୁଁ ଗର୍ବିତ । ବିଗତ ୫ ବର୍ଷ ମୁଁ ନିରନ୍ତର ଭାବରେ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ଆସୁଥିଲି । କିନ୍ତୁ କାରେବିଆନ ଗସ୍ତ ପରେ ଏହି ପଦରୁ ଓହରି ଯିବାକୁ ମୁଁ ନିଷ୍ପତ୍ତି ନେଇଛି । ଏଭଳି ଏକ ନିଷ୍ପତ୍ତି ନେବା ମୋ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନଥିଲା । କିନ୍ତୁ ମୋର ଅତି ନିଜଲୋକ ଓ ପରିବାର ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି । ମୁଁ ଜାଣିଛି ଅଧିନାୟକ ପଦ ଛାଡ଼ିବା ଏହାହିଁ ପ୍ରକୃତ ସମୟ ।"

ଜୋ ରୁଟଙ୍କ ନେତୃତ୍ବରେ ୨୦୧୮ରେ ୨୦୦୧ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଟେଷ୍ଟରେ ବିଜୟ ହାସଲ କରିଥିଲା ଇଂଲଣ୍ଡ । ଏହାପରେ ପୁନଃ ଇଂଲଣ୍ଡ ୨୦୨୧ରେ ଏହି କାରନାମା କରିଥିଲା । ୨୦୨୧ରେ ଶ୍ରୀଲଙ୍କାକୁ ଶ୍ରୀଲଙ୍କାରେ ୨-୦ରେ ମାତ୍‌ ଦେଇଥିଲା ଜୋ ରୁଟଙ୍କ ନେତୃତ୍ବାଧୀନ ଇଂଲଣ୍ଡ । ରୁଟ 64ଟି ମ୍ୟାଚରେ କ୍ୟାପ୍ଟେନିଂ କରିଥିବା ବେଳେ 27 ରେ ବିଜୟ ଏବଂ 26ଟିରେ ପରାଜୟ ହାତରେ ଲାଗିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.