ETV Bharat / sports

IndvsEng, 4th test: କୋହଲିଙ୍କ ୱିକେଟ ପାଇଁ ଇଂଲଣ୍ଡର ‘ସ୍ପେଶାଲ୍ ପ୍ଲାନ’

author img

By

Published : Aug 31, 2021, 9:52 PM IST

ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ୫ଟି ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ମ୍ୟାଚରେ ଦେଢ଼ବର୍ଷ ହେଲା ଶତକ ସନ୍ଧାନରେ ରହିଥିବା ବିରାଟ କୋହଲିଙ୍କ ପାଇଁ ଏକ ବିଶେଷ ଯୋଜନା କରିଛନ୍ତି ଇଂଲଣ୍ଡ ଅଧିନାୟକ । ଅଧିକ ପଢ଼ନ୍ତୁ...

Ind vs Eng, 4th test : ଓଭାଲ ଟେଷ୍ଟରେ କୋହଲିଙ୍କ ୱିକଟେ ପାଇଁ ରହିଛି ଏହି ଯୋଜନା
Ind vs Eng, 4th test : ଓଭାଲ ଟେଷ୍ଟରେ କୋହଲିଙ୍କ ୱିକଟେ ପାଇଁ ରହିଛି ଏହି ଯୋଜନା

ଲଣ୍ଡନ: ଆସନ୍ତା ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ୫ଟି ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଗୋଟିଏ ମ୍ୟାଚ ଭାରତ ଜିତିଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଇଂଲଣ୍ଡ । ଫଳରେ ବର୍ତ୍ତମାନ ସିରିଜ ୧-୧ ରେ ବରାବର ରହିଛି । ଚତୁର୍ଥ ମ୍ୟାଚରେ ବିଜୟ ହାସଲ ସହିତ ଦୁଇ ଦଳ ଆଗୁଆ ରହିବାକୁ ଚେଷ୍ଟା କରିବେ । ତେବେ ମ୍ୟାଚରେ ଦେଢ଼ବର୍ଷ ହେଲା ଶତକ ସନ୍ଧାନରେ ରହିଥିବା ବିରାଟ କୋହଲିଙ୍କ ପାଇଁ ଏକ ବିଶେଷ ଯୋଜନା କରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ।

ଗୁରୁବାର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଏକ ଭର୍ଚୁଆଲ ସନ୍ଦେଶ ଦେଇ କୋହିଲଙ୍କୁ ଆଉଟ କରିବା ଯୋଜନ କହିଛନ୍ତି ଜୋ ରୁଟ୍ । ସେ କହଛନ୍ତି ଯେ, "କୋହଲି ଜଣେ ବିଶ୍ବସ୍ତରୀୟ ଖେଳାଳି ଏହା ନିଃସନ୍ଦେହ । ଟେଷ୍ଟ କ୍ରିକେଟରେ ସ ବହୁତ କିଛି ହାସଲ କରିଛନ୍ତି । କିନ୍ତୁ ସିରିଜରେ ବର୍ତ୍ତମାନ ସୁଦ୍ଧା ସେ ସେତେଟା ତାଙ୍କ ବ୍ୟାଟ ଚାଲିନ୍ତି । ଏହାର ସମସ୍ତ ଶ୍ରେୟ ଆମ ବୋଲରଙ୍କୁ ଦିଆଯିବ । କୋହଲିଙ୍କୁ ନେଇ ସେମାନେ ହୋମୱାର୍କ କରିଛନ୍ତି । ତାଙ୍କୁ ଗୁଡ୍ ଲେନ୍ଥରେ ଅଧିକ ବଲ ଖେଳାଇବାକୁ ପ୍ରୟାସ କରାଯାଉଛି । ଯାହାର ଫଳ ମଧ୍ୟ ଆମକୁ ମିଳିଛି ।"

ହେଡିଂଲି ଲିଡ୍ସରେ ସିରିଜର ସର୍ବଶ୍ରେଷ୍ଠ ବ୍ୟାଟିଂପ୍ରଦର୍ଶନ ଇଂଲଣ୍ଡ କରିଥିବା ନେଇ ଜୋର ରୁଟ୍ ଆଶ୍ବସ୍ତ ଅଛନ୍ତି । ଆଗାମୀ ମ୍ୟାଚ ଗୁଡ଼ିକରେ ମଧ୍ୟ ସେ ଏଭଳି ପ୍ରଦର୍ଶନ କରିବାକୁ ଆଶାୟୀ ହୋଇ ରହିଛନ୍ତି । ଜୋଶ ବଟଲର ବ୍ୟକ୍ତିଗତ କାରଣରୁ ଆଗାମୀ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଜନି ବେୟାରଷ୍ଟୋ ଦଳ ପାଇଁ ୱକେଟ କିପର ଦାୟିତ୍ବ ତୁଲାଇବେ । ହେଡିଂଲିରେ ଯେଉଁ ଯୋଜନା ରହିଥିଲା, ତାହା ଓଭାଲରେ ମଧ୍ୟ ଆପଣେଇବାକୁ ଚେଷ୍ଟା କରିବୁ । ଯାହାର ପରିଣାଣ ଇଂଲଣ୍ଡ ସପକ୍ଷରେ ରହିବ ବୋଲି କହିଛନ୍ତି ଜୋ ରୁଟ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.