ETV Bharat / sports

Ashes: ତେନ୍ଦୁଲକର ଓ ଗାଭାସ୍କରଙ୍କ ଏହି ରେକର୍ଡ ଭାଙ୍ଗିଲେ ରୁଟ୍‌

author img

By

Published : Dec 18, 2021, 10:47 PM IST

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୬୦୦ରୁ ଅଧିକ ଟେଷ୍ଟ ରନ୍‌ ସଂଗ୍ରହ କରିବାରେ ସଚିନ ତେନ୍ଦୁଲକର ଓ ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ । ଅଧିକ ପଢନ୍ତୁ

Joe Root overtakes Sachin Tendulkar, Sunil Gavaskar for most Test runs in a calendar year
Ashes: ତେନ୍ଦୁଲକର ଓ ଗାଭାସ୍କରଙ୍କ ଏହି ରେକର୍ଡ ଭାଙ୍ଗିଲେ ରୁଟ୍‌

ଆଡିଲେଡ୍‌(ଅଷ୍ଟ୍ରେଲିଆ): ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ନିଜର କ୍ରିକେଟ କ୍ୟାରିୟରରେ ଆଉଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୬୦୦ରୁ ଅଧିକ ଟେଷ୍ଟ ରନ୍‌ ସଂଗ୍ରହ କରିବାରେ ସଚିନ ତେନ୍ଦୁଲକର ଓ ସୁନିଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି ରୁଟ୍‌ । ବର୍ଷ ୨୦୦୮ରେ ଏହି କରିସ୍ମା କରିଥିଲେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଗ୍ରେମ ସ୍ମିଥ୍‌ ।

ଆଡିଲେଡ୍‌ରେ ଖେଳାଯାଉଥିବା ଦ୍ବିତୀୟ ଆସେସ ଟେଷ୍ଟର ତୃତୀୟ ଦିନରେ ରୁଟ୍‌ ଡେୱିଡ ମଲାନଙ୍କ ସହ ମିଶି ୧୨୮ ରନ୍‌ର ଭାଗିଦାରୀ କରିଛନ୍ତି । ଫଳରେ ବ୍ୟାକ୍‌ଫୁଟ୍‌ରେ ଥିବା ଭ୍ରମଣକାରୀ ଇଂଲଣ୍ଡ ମ୍ୟାଚ୍‌ର ତୃତୀୟ ଦିନରେ ଘରୋଇ ବୋଲରଙ୍କୁ କଡା ଜବାବ ଦେବାରେ ସଫଳ ହୋଇଛି ।

ଏହି କିର୍ତ୍ତୀମାନ ହାସଲ କରିବାରେ ରୁଟ୍‌ ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇରେଲ ଭନଙ୍କୁ ମଧ୍ୟ ଟପିଯାଇଛନ୍ତି । ଟେଷ୍ଟ କ୍ରିକେଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଜଣେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ରୁଟ୍‌ଙ୍କ ନାମରେ ହୋଇଛି । ପ୍ରଥମ ଟେଷ୍ଟରେ ୮୯ ରନ୍‌ରେ ଆଉଟ୍‌ ହେବାସହ ଶତକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ଦ୍ବିତୀୟ ଟେଷ୍ଟରେ ମଧ୍ୟ ଲଢୁଆ ପ୍ରଦର୍ଶନ କରିଛନ୍ତି ଇଂଲିସ କ୍ୟାପଟେନ ।

ଏହାମଧ୍ୟ ପଢନ୍ତୁ: IPL: ଗମ୍ଭୀରଙ୍କୁ ଗୁରୁ ଦାୟିତ୍ବ, ଲକ୍ଷ୍ନୌ ଫ୍ରାଞ୍ଚାଇଜର ମେଣ୍ଟର ନିଯୁକ୍ତ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ୍‌ ତାଲିକାର ଶୀର୍ଷରେ ରହିଛନ୍ତି ପୂର୍ବତନ ପାକିସ୍ତାନ ବ୍ୟାଟ୍‌ର ମହମ୍ମଦ ୟୁସୁଫ । ବର୍ଷ ୨୦୦୬ରେ ୧୧ଟି ଟେଷ୍ଟରୁ ୯୯.୩୩ ଆଭରେଜରେ ୧୭୮୮ ରନ୍‌ ସଂଗ୍ରହ କରିଥିଲେ ୟୁସୁଫ୍‌ । ୱେଷ୍ଟଇଣ୍ଡିଜର ମହାନ ଭିଭି ରିଚାର୍ଡସ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୧୧ଟି ଟେଷ୍ଟରୁ ୯୦.୦୦ଆଭରେଜରେ ୧୭୧୦ ରନ୍‌ ତାଙ୍କ ନାମରେ ରହିଛି । ଭାରତୀୟ ମହାନ କ୍ରିକେଟର ଗାଭାସ୍କର ଓ ତେନ୍ଦୁଲକର ଏହି ତାଲିକାର ସପ୍ତମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.