ETV Bharat / sports

ଜୋ ରୁଟ୍‌ ଅଗଷ୍ଟ ମାସର ଶ୍ରେଷ୍ଠ ଖେଳାଳି

author img

By

Published : Sep 13, 2021, 9:23 PM IST

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦୀଙ୍କୁ ପଛରେ ପକାଇ ଅଗଷ୍ଟ ମାସର ICC ପ୍ଲେଆର ଅଫ୍‌ ଦ ମନ୍ଥ୍‌ ହୋଇଛନ୍ତି । ଅଧିକ ପଢନ୍ତୁ...

Joe Root, Ireland women's star Richardson win ICC Players of the Month awards for August
ଜୋ ରୁଟ୍‌ ଅଗଷ୍ଟ ମାସର ଶ୍ରେଷ୍ଠ ଖେଳାଳି

ଦୁବାଇ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦୀଙ୍କୁ ପଛରେ ପକାଇ ଅଗଷ୍ଟ ମାସପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC)ର ଶ୍ରେଷ୍ଠ ଖେଳାଳି ସମ୍ମାନ ହାସଲ କରିଛନ୍ତି । ସଦ୍ୟ ଖେଳାଯାଇଥିବା ଭାରତ ବିପକ୍ଷ ଟେଷ୍ଟ ସିରଜରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ରୁଟ୍‌ ।

ମହିଳାଙ୍କ ମଧ୍ୟରେ ଆୟରଲାଣ୍ଡ ଅଲରାଉଣ୍ଡର ଏଇମର ରିଚାର୍ଡସନ ଅଗଷ୍ଟ ମାସର ପ୍ଲେଆର ଅଫ୍‌ ଦ ମନ୍ଥ୍‌ ହୋଇଛନ୍ତି । ଅଗଷ୍ଟ ମାସରେ ୩ଟି ଗୁରୁତ୍ବପୂର୍ଣ୍ଣ ଶତକୀୟ ଇଂନିସ ସହିତ ଭାରତ ବିପକ୍ଷରେ ୩ଟି ଟେଷ୍ଟରୁ ରୁଟ୍‌ ୫୦୭ ରନ୍‌ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ପରେ ICC ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ମଧ୍ୟ ଦଖଲ କରିଥିଲେ । ଭାରତୀୟ କ୍ୟାମ୍ପ୍‌ରେ COVID-19 ମାମଲା ଚିହ୍ନଟ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବିବାଦୀୟ ଅସମାପ୍ତ ଭାବେ ଶେଷ ହୋଇଛି । ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ବାତିଲ ହୋଇଛି ।

ସେହିପରି ରିଚାର୍ଡସନ ମଧ୍ୟ ଗତ ମାସରେ ୟୁରୋପରେ ଖେଳାଯାଇଥିବା ମହିଳା ଟି୨୦ ବିଶ୍ବକପ କ୍ବାଲିଫାୟର ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୪.୧୯ ଇକୋନୋମି ରେଟ୍‌ ସହିତ ୭ଟି ୱିକେଟ ଦଖଲ କରିଥିଲେ । ଜର୍ମାନୀ ବିପକ୍ଷରେ ୨/୬ ଓ ଗ୍ରୁପ ଟପର ସ୍କଟଲାଣ୍ଡ ବିପକ୍ଷରେ ୨/୨୪ ପ୍ରଦର୍ଶନ କରିଥିଲେ ।

ସେହିପରି ବ୍ୟାଟରେ ମଧ୍ୟ କମାଲ ଦେଖାଇଥିଲେ । ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ୪୯ ବଲ୍‌ରୁ ୫୩ ସମେତ ଟୁର୍ଣ୍ଣାମେଣ୍ଟରେ ମୋଟ ୭୬ ରନ୍‌ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.