ETV Bharat / sports

IPL 2021: ମାକ୍ସୱେଲଙ୍କ ଅର୍ଦ୍ଧଶତକ, ପଞ୍ଜାବକୁ ୧୬୫ ରନ୍‌ର ଟାର୍ଗେଟ ଦେଲା RCB

author img

By

Published : Oct 3, 2021, 5:23 PM IST

Updated : Oct 4, 2021, 2:46 PM IST

ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

rcb vs pbks ipl 2021 match report
IPL 2021: ମାକ୍ସୱେଲଙ୍କ ଅର୍ଦ୍ଧଶତକ, ପଞ୍ଜାବକୁ ୧୬୫ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଶାରଜାହ: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ବିରାଟ କୋହଲିଙ୍କ RCB ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି । ଫଳରେ ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

RCB ପକ୍ଷରୁ କ୍ୟାପଟେନ ବିରାଟ କୋହଲି ଓ ଦେବଦତ୍ତ ପାଦିକ୍କଲ ଭଲ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଓପନିଂ ଯୋଡିରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । କୋହଲି ୨୫ ଓ ପାଦିକ୍କଲ ୪୦ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ତେବେ RCB ପକ୍ଷରୁ ସର୍ବାଧିକ ୫୭ ରନ୍‌ର ଇଂନିସ ଖେଳିଥିଲେ ଗ୍ଳେନ ମାକ୍ସୱେଲ । ୩୩ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୭ ରନ୍‌ର ଦ୍ରୁତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ମାକ୍ସୱେଲ । ଭେଟେରାନ ଡିଭିଲିୟର୍ସ ୨୩ ରନ୍‌ର ଯୋଗଦାନ କରିଥିଲେ ।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ହେନେରିକ୍ସ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଶେଷ ଓଭରରେ ସାମି ୩ଟି ୱିକେଟ ହାସଲ କରିବା ସହ ଦ୍ରୁତ ରନ୍‌ ସଂଗ୍ରହରେ ରୋକ୍‌ ଲଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.