ETV Bharat / sports

ଘରୋଇ ଚ୍ୟାନେଲ ବିରୋଧରେ ଧୋନିଙ୍କ ମାନହାନୀ ମକଦ୍ଦମା, ଶୁଣାଣି ସ୍ଥଗିତ

author img

By

Published : Aug 25, 2021, 11:01 AM IST

ଏକ ଘରୋଇ ଟେଲିଭିଜନ ବିରୋଧରେ ଏମଏସ ଧୋନି କରିଥିବା ମାନହାନୀ ମାମଲାର ଶୁଣାଣି ସ୍ଥଗିତ । ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ମାଦ୍ରାସ ହାଇକୋର୍ଟ । ଅଧିକ ପଢନ୍ତୁ...

ଏମଏସ ଧୋନୀ
ଏମଏସ ଧୋନୀ

ଚେନ୍ନାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ବିରୋଧରେ ଏମଏସ ଧୋନି କରିଥିବା ମାନହାନୀ ମାମଲାର ଶୁଣାଣି ସ୍ଥଗିତ । ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ମାଦ୍ରାସ ହାଇକୋର୍ଟ । ଜୁଆ ଖେଳିଥିବା ନେଇ ଧୋନୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ଘରୋଇ ଟେଲିଭିଜନ ଚ୍ୟାନେଲ ନାମରେ ମାନହାନୀ ମକଦ୍ଦମା କରିଥିଲେ ମହେନ୍ଦ୍ର ସିଂ ଧୋନି ।

ଆଇପିଏସ ଅଧିକାରୀ ସମ୍ପଥ କୁମାର ଆଇପିଏଲ୍ ଜୁଆ ମାମଲାର ଯାଞ୍ଚ କରୁଛନ୍ତି । ସେ କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମ ଅଧିନାୟକ ଜୁଆ ଖେଳରେ ଜଡିତ ଥିଲେ । ଏ ନେଇ ୧୦୦ କୋଟି ଟଙ୍କା ମାଗିଥିବା ଧୋନିଙ୍କ ନାମରେ ଅଭିଯୋଗ ହୋଇଥିବା କହିଛନ୍ତି ଆଇପିଏସ ସମ୍ପଥ କୁମାର ।

ଧୋନିଙ୍କ ନାମରେ ଅଭିଯୋଗ ହେବା ପରେ ସେ ଉକ୍ତ ଘରୋଇ ଚ୍ୟାନେଲ ନାମରେ ମାଦ୍ରାସା ହାଇକୋର୍ଟରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଘରୋଇ ଟେଲିଭିଜନ ଉତ୍ତର ଦେଇଛି ଯେ, ଚେନ୍ନାଇ ସୁପର କିଙ୍ଗସ ଦଳ ରାଜସ୍ଥାନ ରୟାଲ୍ସ ଦଳ ସହିତ ମ୍ୟାଚ୍ ଫିକ୍ସିଂରେ ଜଡିତ ଥିଲା । ଏହା ସହିତ ମଧ୍ୟସ୍ଥି କିଟି କହିଛନ୍ତି ଯେ ଧୋନି ଜୁଆରେ ଜଡିତ ଅଛନ୍ତି ।

କିଟିଙ୍କ ବୟାନକୁ ସ୍ଥଗିତ ରଖି ଧୋନିଙ୍କୁ ବଞ୍ଚାଇବାକୁ CBCID ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଧୋନି କ୍ରିକେଟ୍ ଠାରୁ ବଡ ନୁହଁନ୍ତି ଏବଂ କ୍ରିକେଟ୍ ଜୁଆ ଖେଳର ମୂଳ ପାଲଟିଥିବା ସୁପ୍ରିମକୋର୍ଟ କହିଥିବା କହିଛନ୍ତି କିଟି । ଘରୋଇ ଟିଭି ଚ୍ୟାନେଲ କହିଛି ଆମର ଧୋନୀଙ୍କ ସହିତ କୌଣସି ବ୍ୟକ୍ତଗତ ଶତ୍ରୁତା ନାହିଁ ।

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଏନ ସେଶାଇ କହିଛନ୍ତି ଯେ ବ୍ୟକ୍ତିଗତ ଅଧିକାରକରେ ବୁଝାମଣା ନ କରି ଅଭିବ୍ୟକ୍ତରେ ସ୍ବାଧୀନତା ରହିବା ଆବଶ୍ୟକ । ଏ ନେଇ ଆଗାମୀ ଦୁଇ ସପ୍ତାହ ଯାଏଁ ଶୁଣାଣି ସ୍ଥଗିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.