ETV Bharat / sports

IPL 2022 Point Table: ସର୍ବଗ୍ରେ ରାଜସ୍ଥାନ ରୟାଲ୍ସ, ସର୍ବଶେଷରେ SRH

author img

By

Published : Apr 6, 2022, 6:35 PM IST

IPL ୨୦୨୨ରେ ୧୩ତମ ମ୍ୟାଚ୍‌ରେ ରାଜସ୍ତାନ ରୟାଲ୍ସକୁ ୪ ୱିକେଟରେ ମାତ୍‌ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୩ଟି ମ୍ୟାଚ୍‌ ପରେ କିଛି ଏଭଳି ରହିଛି IPL 2022 ପଏଣ୍ଟ ଟେବୁଲ । ଅଧିକ ପଢନ୍ତୁ

IPL 2022 Point Table: ସର୍ବଗ୍ରେ ରାଜସ୍ତାନ ରୟାଲ୍ସ, ସର୍ବଶେଷରେ SRH
IPL 2022 Point Table: ସର୍ବଗ୍ରେ ରାଜସ୍ତାନ ରୟାଲ୍ସ, ସର୍ବଶେଷରେ SRH

ହାଇଦ୍ରାବାଦ: IPL ୨୦୨୨ରେ ୧୩ତମ ମ୍ୟାଚ୍‌ରେ ରାଜସ୍ତାନ ରୟାଲ୍ସକୁ ୪ ୱିକେଟରେ ମାତ୍‌ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହାପରେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଛି RCB । ଏହା ଚଳିତ ଟୁର୍ଣ୍ଣାମେଣ୍ଟରେ RCBର ଦ୍ବିତୀୟ ବିଜୟ । ୧୩ଟି ମ୍ୟାଚ୍‌ ପରେ କିଛି ଏଭଳି ରହିଛି IPL 2022 ପଏଣ୍ଟ ଟେବୁଲ ।

IPL 2022 Point Table: ସର୍ବଗ୍ରେ ରାଜସ୍ତାନ ରୟାଲ୍ସ, ସର୍ବଶେଷରେ SRH
IPL 2022 Point Table: ସର୍ବଗ୍ରେ ରାଜସ୍ତାନ ରୟାଲ୍ସ, ସର୍ବଶେଷରେ SRH

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଷଷ୍ଠ ସ୍ଥାନ ପର୍ଯ୍ୟନ୍ତ ରହିଥିବା ସମସ୍ତ ଦଳକୁ ୪ ପଏଣ୍ଟ ଲେଖାଏଁ ମିଳିଛି । ଏଭଳି ସ୍ଥିତିରେ RCBଠାରୁ ପରାଜୟ ସତ୍ତ୍ବେ ରାଜସ୍ତାନ ରୟାଲ୍ସ ନେଟ ରନ୍‌ରେଟ ମୁତାବକ ଟପ୍‌ରେ ଅପରିବର୍ତ୍ତିତ ରହିଛି ।

ଦ୍ବିତୀୟ ସ୍ଥାନରେ କୋଲାକାତା ନାଇଟ ରାଇଡର୍ସ ରହିଥିବାବେଳେ ଗୁଜରାଟ ଟାଇଟନ୍ସ ତୃତୀୟ ସ୍ଥାନରେ ରହିଛି । ସେହିଭଳି ପଞ୍ଜାବ କିଙ୍ଗ୍‌ସ ଚତୁର୍ଥ ସ୍ଥାନରେ ରହିଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପଞ୍ଚମ ସ୍ଥାନରେ ରହିଥିବାବେଳେ ଷଷ୍ଠ ସ୍ଥାନରେ RCB ରହିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି IPL ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ଓ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ସୁଦ୍ଧା ବିଜୟର ସ୍ବାଦ ଚାଖି ପାରିନାହାନ୍ତି । ଏହି ଦୁଇଦଳ ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି । ସର୍ବଶେଷରେ ରହିଛି ସନ୍‌ରାଇଜର୍ସ ହାଇଦ୍ରାବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.