ETV Bharat / sports

IPL Media Rights: ୪୪ ହଜାର କୋଟିରୁ ଊର୍ଦ୍ଧ୍ୱରେ ବିକ୍ରିହେଲା TV ଓ Digital ପ୍ରସାରଣ ଅଧିକାର

author img

By

Published : Jun 13, 2022, 4:57 PM IST

ଆଇପିଏଲର ଆଗାମୀ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ଅଧିକ ପଢନ୍ତୁ

IPL TV and digital rights sold for Rs 44,075 crore: Sources
IPL Media Rights: ୪୪,୦୭୫ କୋଟିରେ ବିକ୍ରିହେଲା TV ଓ Digital ପ୍ରସାରଣ ଅଧିକାର

ମୁମ୍ବାଇ: ଆଇପିଏଲ ଖବରକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗି ରହିଥାଏ । ଷ୍ଟାର ଇଣ୍ଡିଆ ନେଟୱାର୍କର ଆଇପିଏଲ ମ୍ୟାଚ୍‌ ପ୍ରସାରଣର ଅବଧି ଶେଷ ହୋଇଥିବା ଯୋଗୁଁ, ଆଗାମୀ ସିଜିନରେ କେଉଁ ସଂସ୍ଥା ମ୍ୟାଚ୍‌ ପ୍ରସାରଣର ଅଧିକାର ହାତେଇବ ଚର୍ଚ୍ଚା ଲାଗିରହିଥିଲା । ତେବେ ଦୁଇଦିନ ଧରି ଅନୁଷ୍ଠିତ ଇ-ଅକ୍ସନ ପରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବର୍ଷ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୪୧୦ଟି IPL ମ୍ୟାଚ୍‌ର ପ୍ରସାରଣ ଅଧିକାର ୪୪,୦୭୫ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି । ଇ-ଅକ୍ସନର ଦ୍ବିତୀୟ ଦିନରେ ଏହି ସୂଚନା ମିଳିଛି ।

ANIର ସଦ୍ୟତମ ସୂଚନା ଅନୁଯାୟୀ, TVରେ ପ୍ରସାରଣ ପାଇଁ ୫୭.୫ କୋଟି ପ୍ରତି ମ୍ୟାଚ୍‌ ହିସାବରେ ୨୩,୫୭୫ କୋଟି ଟଙ୍କାରେ ବିକ୍ରି ହୋଇଛି । ସେହିପରି ଭାରତରେ ଡିଜିଟାଲରେ ପ୍ରସାରଣ ପାଇଁ ପ୍ରତି ମ୍ୟାଚ୍‌ ପିଛା ୫୦ କୋଟି ହିସାବରେ ୨୦,୫୦୦ କୋଟିରେ ବିକ୍ରି ହୋଇଛି । ଅର୍ଥାତ ଆଇପିଏଲର ଆଗାମୀ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ।

ତେବେ ଏହି ଅଧିକାର କିଏ ପାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି । ଆଇପିଏଲର ଗୋଟିଏ ମ୍ୟାଚର ଟିଭିରେ ପ୍ରସାରଣ ପାଇଁ ସଂପୃକ୍ତ ସଂସ୍ଥା ୫୭ କୋଟି ୫୦ ଲକ୍ଷ ଟଙ୍କା ଓ ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ୪୮ ଲକ୍ଷ ଟଙ୍କା ବିସିସିଆଇକୁ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.