ETV Bharat / sports

IPL 2022: RCB ବୋଲରଙ୍କୁ ଧୋଇଲେ ଉଥାପ୍ପା-ଦୁବେ, CSKର ବିଶାଳ ସ୍କୋର ୨୧୬/୪

author img

By

Published : Apr 12, 2022, 9:37 PM IST

Updated : Apr 12, 2022, 10:46 PM IST

ପ୍ରଥମେ ବ୍ୟାଟିଂ କରିଥିବା CSK ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୬ ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ ୨୧୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Uthappa, Dube blockbuster innings take CSK to 216/4 against RCB
IPL 2022: ଉଥାପ୍ପା, ଦୁବେଙ୍କ ଦମଦାର ଇଂନିସ, ବାଙ୍ଗାଲୋର ବିପକ୍ଷରେ CSKର ବିଶାଳ ସ୍କୋର ୨୧୬/୪

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୨ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା CSK ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୬ ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ ୨୧୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ସୁପରକିଙ୍ଗ୍ସ ପକ୍ଷରୁ ଅଲରାଉଣ୍ଡର ଶିବମ ଦୁବେ ସର୍ବାଧିକ ୯୫ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି । ୪୬ ବଲ୍‌ରୁ ୫ଟି ଚୌକା ଓ ୮ଟି ଛକା ବଳରେ ୯୫ ରନ୍‌ର ଇଂନିସ ଖେଳି ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । ସେହିପରି ରବିନ ଉଥାପ୍ପା ୫୦ ବଲ୍‌ରୁ ୪ଟି ଚୌକା ଓ ୯ଟି ଛକା ସହାୟତାରେ ୮୮ ରନ୍‌ର ଧୁଆଁଧାର ଇଂନିସ ଖେଳିଛନ୍ତି । ଋତୁରାଜ ଗାଏକ୍ବାଡ ୧୭ ଓ ମୋଇନ ଅଲୀ ୩ ରନ୍‌ କରି ଆଉଟ୍‌ ହୋଇଥିଲେ । କ୍ୟାପଟେନ ରବିନ୍ଦ୍ର ଜାଡେଜା ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଥିଲେ । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୨ଟି ଓ ଜସ ହେଜେଲଉଡ ଗୋଟିଏ ୱିକେଟ ହାତେଇଥିଲେ ।

Last Updated : Apr 12, 2022, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.