ETV Bharat / sports

IPL 2022: ରାଜସ୍ଥାନକୁ ୧୬୯ ରନ୍‌ରେ ରୋକିଲା RCB

author img

By

Published : Apr 5, 2022, 9:34 PM IST

Updated : Apr 5, 2022, 11:00 PM IST

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି । ଫଳରେ ବାଙ୍ଗାଲୋର ସାମ୍ନାରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Royal Challengers Bangalore restrict Rajasthan Royals on 169/3
IPL 2022: ରାଜସ୍ଥାନକୁ ୧୬୯ ରନ୍‌ରେ ରୋକିଲା RCB

ମୁମ୍ବାଇ: ଆଇପିଏଲ ୨୦୨୨ର ୧୩ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି । ଫଳରେ ବାଙ୍ଗାଲୋର ସାମ୍ନାରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ରାଜସ୍ଥାନ ପକ୍ଷରୁ ପୂର୍ବ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଓପନର ଜସ୍‌ ବଟଲର ପୁଣି ଏକ ବିସ୍ଫୋରକ ଇଂନିସ ଖେଳିଛନ୍ତି । ୪୭ ବଲ୍‌ରୁ ୬ଟି ଛକା ସହାୟତାରେ ଅପରାଜିତ ୭୦ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି ବଟଲର । ସେହିପରି ସିମ୍ରନ ହେଟମେୟର ମଧ୍ୟ ୩୧ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୨ ରନ୍‌ର ଧୁଆଁଧାର ଇଂନିସ ଖେଳିଛନ୍ତି ।

ତେବେ କ୍ୟାପଟେନ ସଞ୍ଜୁ ସାମସନ ଓ ଯୁବ ଓପନ ଜଶସ୍ବୀ ଜୟଶ୍ବାଲ ବିଫଳ ହୋଇଥିଲେ । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଡେଭିଡ ୱିଲି, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.