ETV Bharat / sports

IPL 2021: ଦୁବାଇରେ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି

author img

By

Published : Sep 12, 2021, 5:05 PM IST

ମାଞ୍ଚେଷ୍ଟରରୁ ଦୁବାଇରେ ପହଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ପୃଥ୍ବୀ ଶ ଓ ଉମେଶ ଯାଦବ । ଅଧିକ ପଢନ୍ତୁ...

IPL 2021: Delhi Capitals players from England arrive in Dubai
IPL 2021: ଦୁବାଇ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି

ଦୁବାଇ: ଦୁବାଇରେ ପହଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ସ୍କ୍ବାଡ୍‌ର ସଦସ୍ୟ ଥିବା DC ଖେଳାଳି ରବିବାର ସୁରକ୍ଷିତ ଭାବେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳିବାକୁ ଦୁବାଇରେ ପହଞ୍ଚିଛନ୍ତି ।

COVID-19 କାରଣରୁ ମେ ମାସରେ ସ୍ଥଗିତ ଥିବା ଆଇପିଏଲ ୨୦୨୧, UAEରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଦୁବାଇରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ପୃଥ୍ବୀ ଶ ଓ ଉମେଶ ଯାଦବ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ COVID-19 ଟେଷ୍ଟର ସାମ୍ନା କରିବାକୁ ପଡିଛି ।

IPL ନିୟମ ଅନୁଯାୟୀ, ଇଂଲଣ୍ଡ ଫେରନ୍ତା ସମସ୍ତ ଖେଳାଳି ୬ ଦିନିଆ କ୍ବାରେଣ୍ଟିନରେ ରହିବେ । ଏହି ସମୟ ମଧ୍ୟରେ ୩ଥର କୋଭିଡ ଟେଷ୍ଟର ସାମ୍ନା କରିବେ । ଏହାପରେ ଅନ୍ୟ ସଦସ୍ୟଙ୍କ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହୋଇପାରିବେ ଖେଳାଳି । ଆଇପିଏଲର ପୂର୍ବ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହେବା ସହ ରନର୍ସ-ଅପ୍‌ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.