ETV Bharat / sports

ଆଫଗାନରେ IPL ପ୍ରସାରଣ ବ୍ୟାନ୍‌ କଲା ତାଲିବାନ, କାରଣ ଜାଣିଲେ ହସିହସି ହେବେ ବେଦମ୍...

author img

By

Published : Sep 20, 2021, 4:19 PM IST

ସମ୍ଭାବ୍ୟ 'ଇସଲାମ ବିରୋଧୀ କଣ୍ଟେଟ୍‌' ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣ ଉପରେ ରୋକ୍‌ ଲଗାଇଛି ତାଲିବାନ । ଅଧିକ ପଢନ୍ତୁ...

IPL 2021: Broadcast Banned in Afghanistan Due to Possible Anti-Islam Content
ଆଫଗାନରେ ଆଇପିଏଲ୍‌ ପ୍ରସାରଣ ବ୍ୟାନ୍‌ କଲା ତାଲିବାନ

କାବୁଲ: ଆରମ୍ଭ ହୋଇସାରିଛି ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯାୟ । ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଇବା ସହିତ ନିଜର ପସନ୍ଦର ଖେଳାଳିଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇଛନ୍ତି । ତେବେ ଆଫଗାନିସ୍ତାନବାସୀ ଏଥିରୁ ବଞ୍ଚିତ ହୋଇଛନ୍ତି । କାରଣ ସମ୍ଭାବ୍ୟ 'ଇସଲାମ ବିରୋଧୀ କଣ୍ଟେଟ୍‌' ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣ ଉପରେ ରୋକ୍‌ ଲଗାଇଛି ତାଲିବାନ ।

  • Afghanistan national 📻 📺 will not broadcast the @IPL as usual as it was reportedly banned to live the matches resumed tonight due to possible anti-islam contents, girls dancing & the attendence of barred hair women in the 🏟️ by Islamic Emirates of the Taliban. #CSKvMI pic.twitter.com/dmPZ3rrKn6

    — M.ibrahim Momand (@IbrahimReporter) September 19, 2021 " class="align-text-top noRightClick twitterSection" data=" ">

ଏବେ ତାଲିବାନ ଦଖଲରେ ରହିଛି ଆଫଗାନିସ୍ତାନ । ଫଳରେ ଦେଶରେ ଏକାଧିକ ଖେଳ ସହିତ ଏକାଧିକ ମନୋରଞ୍ଜନ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲାଗିଛି । ମହିଳା ମାନଙ୍କୁ ସଂପୂର୍ଣ୍ଣ ଭାବେ ଖେଳିବା ନିଷେଧ କରାଯାଇଛି । ପୂର୍ବତନ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମିଡିଆ ମ୍ୟାନେଜର ତଥା ସାମ୍ବାଦିକ ଏମ ଇବ୍ରାହିମ ମହାନ୍ଦ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ଯେ, ଇସଲାମ ବିରୋଧୀ କଣ୍ଟେଟ୍‌, ଝିଅମାନେ ନାଚିବା ଓ ମୁକୁଳା କେଶରେ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚ ଦେଖୁଥିବାରୁ ଇସଲାମିକ ଏମିରେଟ୍‌ସ ଅଫ୍‌ ଦ ତାଲିବାନ, ଦେଶରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣକୁ ବ୍ୟାନ୍‌ କରିଛି ।

ପୁରୁଷ ମାନଙ୍କୁ କ୍ରିକେଟ ଖେଳିବାକୁ କିନ୍ତୁ ଅନୁମତି ଦେଇଛି ତାଲିବାନ । ମହିଳା କ୍ରିକେଟରୁ ସମର୍ଥନ ନ ମିଳିବା ଯୋଗୁଁ କିଛି ବିଦେଶୀ ଟିମ ଅସନ୍ତୋଷ ଜାହିରା କରିବା ସହିତ ଓହରିବା ରିପୋର୍ଟ ପ୍ରକାଶ ପାଇବା ପରେ, ଆଫଗାନିସ୍ତାନର ନୂଆ କ୍ରୀଡା ନିର୍ଦ୍ଦେଶକ ବାଶିର ଅହମ୍ମଦ ରୁସ୍ତାମଜାଇ ସ୍ପଷ୍ଟୀକରଣ ରଖିଥିଲେ । ମହିଳା କ୍ରିକେଟକୁ ଅନୁମତି ନେଇ ଖୁବଶୀଘ୍ର ଶୀର୍ଷ ତାଲିବାନ ନେତା ନିଷ୍ପତ୍ତି ନେବେ ବୋଲି କହିଥିଲେ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC)ର ନିୟମ ଅନୁଯାୟୀ, ଟେଷ୍ଟ ସଦସ୍ୟ ମାନ୍ୟତା ଲାଭ କରିଥିବା ଦେଶର ମହିଳା ଏକ ଆକ୍ଟିଭ ମହିଳା ଟିମ ଥିବା ଆବଶ୍ୟକ । ଫଳରେ ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମ ଟେଷ୍ଟ ମ୍ୟାଚ୍‌ ଖେଳିବା ଉପରେ ବିପଦ ଦେଖାଦେଇଛି ।

ମହିଳା ମାନେ ଖେଳିବା ଆବଶ୍ୟକ ନାହିଁ ବୋଲି ଟେଲିଭିଜନରେ ଜଣେ ତାଲିବାନ ଅଫିସିଆଲ କହିଥିଲେ । ଏହାପରେ ବିବାଦ ଦେଖାଦେଇଥିଲା । ଅଷ୍ଟ୍ରେଲିଆର କ୍ରିକେଟ ମୁଖ୍ୟ ଦୁଇ ଦେଶ ମଧ୍ୟରେ ନଭେମ୍ବରରେ ଖେଳାଯିବାକୁ ଥିବା ପ୍ରଥମ ଐତିହାସିକ ଟେଷ୍ଟ ମ୍ୟାଚ୍‌ ବାତିଲ କରିବାକୁ ଧମକ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.