ETV Bharat / sports

ଆଇପିଏଲ 2021: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ଅଶ୍ବିନ, ଅକ୍ଷର, ହେଟମେୟର

author img

By

Published : Mar 29, 2021, 5:31 PM IST

ବିସିସିଆଇର SOP ଅନୁଯାୟୀ, ସମସ୍ତ ଖେଳାଳି(ଭାରତ-ଇଂଲଣ୍ଡ ସିରିଜରେ ଥିବା ଖେଳାଳିଙ୍କ ବ୍ୟତୀତ), ସପୋର୍ଟ ଷ୍ଟାଫ ଓ ମ୍ୟାନେଜମେଣ୍ଟ ଜୈବ ସୁରକ୍ଷା ବଳୟ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ହୋଟେଲ ରୁମରେ 7 ଦିନ କ୍ବାରେଣ୍ଟିନରେ ରହିବେ । ଅଧିକ ପଢନ୍ତୁ...

IPL 2021: Ashwin, Axar, Hetmyer join Delhi Capitals in Mumbai
ଆଇପିଏଲ 2021: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ଅଶ୍ବିନ, ଅକ୍ଷର ହେଟମେୟର

ମୁମ୍ବାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅଲରାଉଣ୍ଡର ଅକ୍ଷର ପଟେଲ ଓ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସିମ୍ରନ ହେଟମେୟର ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । 2021 ଆଇପିଏଲ ପୂର୍ବରୁ ମୁମ୍ବାଇରେ ଟିମ ହୋଟେଲରେ ମଙ୍ଗଳବାର ସାମିଲ ହୋଇଛନ୍ତି ଏହି ତିନି ଖେଳାଳି ।

ସମସ୍ତ ଖେଳାଳି ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବେ । ଏନେଇ ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ ୱର୍କ୍ସ ମୁମ୍ବାଇ ପହଞ୍ଚିବା ସହ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି ।

ଆଇପିଏଲ 2021 ପାଇଁ ବିସିସିଆଇର SOP ଅନୁଯାୟୀ, ସମସ୍ତ ଖେଳାଳି(ଭାରତ-ଇଂଲଣ୍ଡ ସିରିଜରେ ଥିବା ଖେଳାଳିଙ୍କ ବ୍ୟତୀତ), ସପୋର୍ଟ ଷ୍ଟାଫ ଓ ମ୍ୟାନେଜମେଣ୍ଟ ଜୈବ ସୁରକ୍ଷା ବଳୟ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ହୋଟେଲ ରୁମରେ 7ଦିନ କ୍ବାରେଣ୍ଟିନରେ ରହିବେ । ପ୍ରତ୍ୟେକଙ୍କୁ ଏକାଧିକ ଥର ଟେଷ୍ଟ କରାଯିବ ଓ ନେଗେଟିଭ ରିପୋର୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ପରେ ସେମାନେ ପଡିଆରେ ଅଭ୍ୟାସ ପାଇଁ ଅନୁମତି ମିଳିବ ।

ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ ରିକି ପଣ୍ଟିଂ ମଧ୍ୟ ଟିମ ସହ ଯୋଗ ଦେବାକୁ ରବିବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛନ୍ତି ।

ଆଇପିଏଲ 2021 ଏପ୍ରିଲ 9ରୁ ଆରମ୍ଭ ହେବ ।

ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ପୂର୍ବତନ ଭାରତୀୟ ୱିକେଟ କିପର ଅଜୟ ରତ୍ରାଙ୍କୁ ଟିମର ସହକାରୀ କୋଚ ଭାବେ ନିଯୁକ୍ତ କରିଛି । ଏପ୍ରିଲ 10ରେ ଦିଲ୍ଲୀ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇରେ ପ୍ରଥମ ମ୍ୟାଚ ଖେଳିବା ସହ ଆଇପିଏଲ 2021 ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.