ETV Bharat / sports

Hockey World Cup: ରାଉରକେଲା ଗସ୍ତରେ ଉଚ୍ଚ ପଦସ୍ଥ ଅଧିକାରୀ

author img

By

Published : Dec 19, 2022, 6:50 PM IST

ହକି ବିଶ୍ବକପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀ ରାଉରକେଲା ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

ବିର୍ସାମୁଣ୍ଡା ହକି ଷ୍ଟାଡିୟମ ତଦାରଖ କରୁଛନ୍ତି ମୁଖ୍ୟ ଶାସନ ସଚିବ
ବିର୍ସାମୁଣ୍ଡା ହକି ଷ୍ଟାଡିୟମ ତଦାରଖ କରୁଛନ୍ତି ମୁଖ୍ୟ ଶାସନ ସଚିବ

Hockey World Cup : ରାଉରକେଲା ଗସ୍ତରେ ଉଚ୍ଚ ପଦସ୍ଥ ଅଧିକାରୀ

ରାଉରକେଲା: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ ୨୦୨୩ । ତାରିଖ ଯେତେ ପାଖଉଛି ପ୍ରସ୍ତୁତି ସେତେ ଜୋରସରରେ ଆଗେଇ ଚାଲିଛି । ମୁଖ୍ୟ ଶାସନ ସଚିବଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀ ସୋମବାର ରାଉରକେଲା ଗସ୍ତ କରିଛନ୍ତି । ସେଠାରେ ସେମାନେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ତଦାରଖ କରିଥିଲେ । ଗୋଟିଏ ବର୍ଷ ଭିତରେ ଷ୍ଟାଡିମୟର ନିର୍ମାଣ ଦିଗରେ ସହଯୋଗ ଦିଗରେ ସୁନ୍ଦରଗଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

୨୦୨୩ ହକି ବିଶ୍ବକପର ଆୟୋଜକ ରହିଛି ଓଡିଶା । 2023 ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ । ଏଥର ହକି ବିଶ୍ବକପ ପାଇଁ ଓଡିଶାରେ ଦୁଇଟି ଭେନ୍ୟୁ ନିର୍ଦ୍ଧାରିତ ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ବିଶେଷ ଭାବରେ ରାଜ୍ୟ ସରକାର ୨୦୨୩ ହକି ବିଶ୍ବକପ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କରିଛନ୍ତି । ଏହାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମର ନିର୍ମାଣଧୀନ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ରାଉରକେଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କୀଷ୍ଣା ଏବଂ ହକି ଇଣ୍ଡିଆ ଅଧିକାରୀ ସହ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଏହି ଗସ୍ତରେ ସାମିଲ ଥିଲେ ।

ଏବାବଦରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି "ପ୍ରାକ୍ଟିସ ଗ୍ରାଉଣ୍ଡ ନିର୍ମାଣ ଶେଷ ହୋଇଯାଇଛି ଏବଂ ଏୟାରପୋର୍ଟ ମଧ୍ୟ ପ୍ରସ୍ତୁତ । ସମ୍ପୂର୍ଣ୍ଣ ଷ୍ଟାଡିୟମ ନିର୍ମାଣ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ ଦୁଇ ଦିନ ମଧ୍ୟରେ ଏୟାରପୋର୍ଟ ପାଇଁ ଲାଇସେନ୍ସ ଆସିଯିବ । ଏହାପରେ ଉଡାନ ସ୍କିମରେ ଆଲାଇନ୍ସ ଏୟାରଲାଇନ୍ସ ପକ୍ଷରୁ ବିମାନ ସୁବିଧା ଆରମ୍ଭ ହେବ । ଖେଳାଳିମାନଙ୍କ ପାଇଁ ଚାର୍ଟଡ଼ ପ୍ଲେନର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ । ହକି ବିଶ୍ବକପ ପୂର୍ବରୁ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଆଗାମୀ 24 ଡିସେମ୍ବରରୁ ତିନୋଟି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ । ଇଣ୍ଡିଆ ଜୁନିଅର ଟିମ୍‌, ଓଡ଼ିଶା ଟିମ୍‌ ସହ ବିଭିନ୍ନ ଦେଶର ଟିମ୍‌ ସହ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ । ଏହାରି ମଧ୍ୟରେ ଆଜି ଅଫ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି ।" ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି । ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଦିଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି । ହକି ବିଶ୍ୱକପକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସୁନ୍ଦରଗଡବାସୀ ସ୍ବାଗତ କରିଛନ୍ତି । 2018 ତୁଳନାରେ 2023 ବିଶ୍ୱକପକୁ ଅଧିକ ଗ୍ରାଣ୍ଡ୍‌ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.