ETV Bharat / sports

IPL2021: ମ୍ୟାଚ ଦିନ ଫଟୋ ଟ୍ବିଟ୍ କରି ଫସିଲେ ଦୀପକ ହୁଡ୍ଡା !

author img

By

Published : Sep 22, 2021, 4:42 PM IST

Updated : Sep 22, 2021, 5:00 PM IST

ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ୍‌ ରାଡାରରେ ପଞ୍ଜାବ କିଙ୍ଗସ୍‌ ଦଳର ବ୍ୟଟସ୍‌ମ୍ୟାନ ଦୀପକ ହୁଡ୍ଡା । ମ୍ୟାଚ୍‌ ପୂର୍ବରୁ ଏକ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ କରିଥିଲେ ଦୀପକ ହୁଡ୍ଡା । ଅଧିକ ପଢ଼ନ୍ତୁ...

ACUର ଯାଞ୍ଚ ଘେରରେ ପଞ୍ଜାବ କିଙ୍ଗସ୍‌ ଦଳର ଦୀପକ ହୁଡ୍ଡା
ACUର ଯାଞ୍ଚ ଘେରରେ ପଞ୍ଜାବ କିଙ୍ଗସ୍‌ ଦଳର ଦୀପକ ହୁଡ୍ଡା

ଦୁବାଇ: ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ୍‌ ରାଡାରରେ ପଞ୍ଜାବ କିଙ୍ଗସ୍‌ ଦଳର ବ୍ୟଟସ୍‌ମ୍ୟାନ ଦୀପକ ହୁଡ୍ଡା । ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ତାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା । ଏହ ମ୍ୟାଚ ପୂର୍ବରୁ ଏକ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ କରିଥିଲେ ଦୀପକ ହୁଡ୍ଡା । ଏକ ଫଟୋ ସେୟାର କରି ମ୍ୟାଚ ପାଇଁ ପ୍ରସ୍ତୁତ ରହିଥିବା କଥା ଲେଖିଥିଲେ ଦୀପକ । ଫଟୋରେ ସେ ଟିମ୍‌ ହେଲମେଟ୍‌ ଓ ଜର୍ସି ପିନ୍ଧିଥିବା ଦେଖା ଯାଇଛି ।

ତେବେ ଏହାକୁ ନେଇ ବର୍ତ୍ତମାନ ବିବାଦରେ ଛନ୍ଦି ହୋଇଛନ୍ତି ଦୀପକ । ମ୍ୟାଚ ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଟ୍ବିଟ୍‌ କରିବା ସହ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତେବେ ଏହା ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ୍‌ ନିୟମର ଖିଲାପ କରୁଥିବା ଚର୍ଚ୍ଚା ହେଉଛି । ମ୍ୟାଚ ଦିନ କେଉଁ ପରିସ୍ଥିତିରେ ମୋବାଇଲ ବ୍ୟବହାର କଲେ ଦୀପକ ତାହାକୁ ନେଇ ଏବେ ବିବାଦ ଦେଖା ଦେଇଛି । ସୋସିଆଲ ମିଡିଆରେ ହୋଇଥିବା ଏହି ପୋଷ୍ଟର ଯାଞ୍ଚ କରିବ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ୍‌ ।

ମ୍ୟାଚ ଦିନ ବା ଏହା ପୂର୍ବରୁ ଖେଳାଳିମାନେ କିଭଳି ମୋବାଇଲ ବ୍ୟବହାର କରିବେ ତାହାକୁ ନେଇ ଏକ ନିୟମାବଳୀ ରହିଛି । ଏହାକୁ ମାନିବାକୁ ପ୍ରତ୍ୟେକ ଖେଳାଳି ବାଧ୍ୟ ବୋଲି କହିଛନ୍ତି ଆଣ୍ଟି କରପ୍ସନ ୟୁନିଟ୍‌ର ଜଣେ ଅଧିକାରୀ । ସେପଟେ କୋରୋନା ମହାମାରୀ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ବାୟୋ ବବଲ୍‌ ଯୋଗୁଁ କେହି କାହା ସହ ଦେଖା ହୋଇ ପାରିବେ ନାହିଁ । ଏଥିପାଇଁ ୟୁନିଟ୍‌ ପକ୍ଷରୁ ସୋସିଆଲ ମିଡିଆରେ କରାଯାଉଥିବା ଖେଳାଳିଙ୍କ ପୋଷ୍ଟ ଉପରେ ଧ୍ୟାନ ରଖାଯାଏ ବୋଲି କହିଛନ୍ତି ଆଣ୍ଟି କରପ୍ସନ ୟୁନିଟ୍‌ର ପୂର୍ବତନ ମୁଖ୍ୟ ଅଜିତ ସିଂହ ।

ଆଣ୍ଟି କରପ୍ସନ ୟୁନିଟ୍‌ର ଯାଞ୍ଚ ପରେ ଦୀପକ ହୁଡ୍ଡା ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଆଣ୍ଟି କରପ୍ସନ ୟୁନିଟ୍‌ । ଉଭୟ ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟକୁ ନେଇ ତଦନ୍ତ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2021, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.