ETV Bharat / sports

IPL 2022: ଭିଟୋରୀଙ୍କ ସ୍ପଷ୍ଟୀକରଣ, ପୁନର୍ବାର କୋହଲି ହେବେନି RCB କ୍ୟାପଟେନ

author img

By

Published : Mar 7, 2022, 8:54 PM IST

ଏକମାତ୍ର ଫ୍ରାଞ୍ଚାଇଜ ଭାବେ ଆରସିବି ଏଯାବତ ଟିମର ନେତୃତ୍ବ କାହାକୁ ମିଳିବ ଘୋଷଣା କରିନାହିଁ । ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟାନ୍‌ସ ନିଜର କ୍ୟାପଟେନ୍‌ଙ୍କ ନାମ ଘୋଷଣା କରିସାରିଥିଲେ ସୁଦ୍ଧା RCB ପଛରେ ରହିଛି । ଅଧିକ ପଢନ୍ତୁ

IPL 2022: Virat Kohli will not take over as RCB captain again, says Daniel Vettori
IPL 2022: ଭିଟୋରୀଙ୍କ ସ୍ପଷ୍ଟୀକରଣ, ପୁନର୍ବାର କୋହଲି ହେବେନି RCB କ୍ୟାପଟେନ

ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସଂସ୍କରଣକୁ ଆଉ ମାତ୍ର ୩ ସପ୍ତାହରୁ କମ ସମୟ ରହିଥିବାବେଳେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଏକମାତ୍ର ଫ୍ରାଞ୍ଚାଇଜ ଭାବେ ଆରସିବି ଏଯାବତ ଟିମର ନେତୃତ୍ବ କାହାକୁ ମିଳିବ ଘୋଷଣା କରିନାହିଁ । ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟାନ୍‌ସ ନିଜର କ୍ୟାପଟେନ୍‌ଙ୍କ ନାମ ଘୋଷଣା କରିସାରିଥିଲେ ସୁଦ୍ଧା RCB ପଛରେ ରହିଛି ।

ଗ୍ଳେନ ମାକ୍ସୱେଲ ଓ ଫାଫ୍‌ ଡୁପ୍ଲେସିସଙ୍କ ନାମ କ୍ୟାପେଟନ ପାଇଁ ଚର୍ଚ୍ଚ ହେଉଥିଲେ ମଧ୍ୟ ଫ୍ରାଞ୍ଚାଇଜ ପକ୍ଷରୁ ଏଯାବତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଆଇପିଏଲ ୨୦୨୧ ସଂସ୍କରଣ ଶେଷ ପରେ ବିରାଟ କୋହଲି କ୍ୟାପଟେନ ଭାର ଛାଡିଥିଲେ । ମାତ୍ର ଫ୍ୟାନ୍ସ ଏବେବି କୋହଲିଙ୍କୁ ପୁନର୍ବାର କ୍ୟାପଟେନ ଭାବେ ଦେଖିବା ଆଶା ଛାଡିପାରିନାହାନ୍ତି ।

ଜାତୀୟ ଦଳର ନେତୃତ୍ବ ସହ ଆଇପିଏଲ ଟିମର ଅଧିନାୟକତ୍ବ କାରଣରୁ ଅତ୍ୟଧିକ ଚାପ କମ କରିବାକୁ RCB କ୍ୟାପେଟନ ପଦ ଛାଡିଥିଲେ କୋହଲି । ତେବେ ଏହା ପରଠାରୁ କୋହଲିଙ୍କ କ୍ୟାରିଅରରେ ଅନେକ ପରିବର୍ତ୍ତନ ହୋଇସାରିଛି । ଭାରତୀୟ ଟି-୨୦ ଟିମର ନେତୃତ୍ବ ଭାର ଛାଡିବା ପରେ ତାଙ୍କୁ ODI ଟିମର କ୍ୟାପେଟନ ପଦରୁ ହଟାଇ ଦିଆଯାଇଥିଲା । ପରେ ଟେଷ୍ଟ ଟିମର ନେତୃତ୍ବ ଭାର ମଧ୍ୟ ଛାଡିଥିଲେ ଏହି ଷ୍ଟାର ଭାରତୀୟ କ୍ରିକେଟର ।

ପୂର୍ବତନ RCB କ୍ୟାପେଟନ ଡାନିଏଲ ଭିଟୋରୀ ସ୍ପଷ୍ଟ କରିଛନ୍ତି ଯେ, କୋହଲି ସଠିକ୍‌ ନିଷ୍ପତ୍ତି ନେଇଥିଲେ । ସେ ପୁନର୍ବାର RCB କ୍ୟାପଟେନ ଭାବେ ଫେରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.