ETV Bharat / sports

IPL 2022: ଆଜି କୋଲକାତା-ହାଇଦ୍ରାବାଦ ହାଇଭୋଲଟେଜ ମ୍ୟାଚ୍‌

author img

By

Published : May 14, 2022, 1:48 PM IST

ଆଜି ଆଇପିଏଲ(IPL)ର ୬୧ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) । ଅଧିକ ପଢନ୍ତୁ

IPL 2022: ଆଜି କୋଲକାତା-ହାଇଦ୍ରାବାଦ ହାଇଭୋଲଟେଜ ମ୍ୟାଚ
IPL 2022: ଆଜି କୋଲକାତା-ହାଇଦ୍ରାବାଦ ହାଇଭୋଲଟେଜ ମ୍ୟାଚ

ମୁମ୍ବାଇ: ଆଇପିଏଲ(IPL)ର ୬୧ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) । ପ୍ଲେ-ଅଫରେ ପ୍ରବେଶ କରିବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ଜୋରଜାର ଲଢେଇ ଦେଖିବାକୁ ମିଳିବ । ବିଜୟୀ ହେବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବେ ଦୁଇ ଟିମ୍ । ସନ୍ଧ୍ୟା ୭ଟା୩୦ ମିନିଟରେ ମୁମ୍ବାଇରେ ଏହି ମ୍ୟାଚ୍‌ ଖେଳାଯିବ ।

କୋଲକାତା ଚଳିତ ସିଜିନରେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ୮ନମ୍ବର ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ ଟିକେଟ ହାତେଇବାକୁ ପାଇଁ ଆଜିର ମ୍ୟାଚ୍‌ KKR ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଅନ୍ୟପଟେ SRH ୧୧ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ପୂର୍ବରୁ ଲଗାତାର ଭାବେ ୪ଟି ମ୍ୟାଚ ଦଳ ହାରିଥିବା ବେଳେ ଆଜି ବିଜୟ ଧାରାକୁ ଫେରିବାରୁ ପ୍ରସ୍ତୁତ ହୋଇଛି । ଯଦି ଆଜିର ମ୍ୟାଚ ଦଳ ହାରିଯାଏ ତେବେ ପ୍ଲେ ଅଫର ଆଶା ମଉଳିବାର ସମ୍ଭାବନା ମଧ୍ୟ ରହିଛି । ଆଇପିଏଲରେ ଆଜି ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.