ETV Bharat / sports

IPL ୨୦୨୨: ପଞ୍ଜାବକୁ ୨୦ ରନ୍‌ରେ ହରାଇଲା ଲକ୍ଷ୍ନୌ

author img

By

Published : Apr 30, 2022, 7:47 AM IST

IPLର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୨୦ ରନରେ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଅଧିକ ପଢନ୍ତୁ

IPL ୨୦୨୨: ପଞ୍ଜାବକୁ ୨୦ ରନ୍‌ରେ ହରାଇଲା ଲକ୍ଷ୍ନୌ
IPL ୨୦୨୨: ପଞ୍ଜାବକୁ ୨୦ ରନ୍‌ରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ: IPLର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୨୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଗତକାଲି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ୍‌ କରି ବିପକ୍ଷ ଦଳକୁ ୧୫୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ପଞ୍ଜାବ ବିଜୟ ରନର ପିଛା କରି କେବଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୩ ରନ କରିବାକୁ ସମର୍ଥ ହୋଇଥିଲା ।

ଦଳ ପକ୍ଷରୁ ଜନ୍ନୀ ବେୟାରଷ୍ଟୋ ସର୍ବାଧିକ ୩୨, ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୨୫, ଲିଆମ ଲିଭିଂଷ୍ଟୋନ ୧୮ ଓ ରିଷି ଧାଓ୍ବନ ଅପରାଜିତ ୨୧ରନ କରିବାକୁ ସମର୍ଥ ହୋଇଥିଲେ । LSG ପକ୍ଷରୁ ଓପନର କ୍ବିଣ୍ଟନ ଡି କକ୍‌ ସର୍ବାଧିକ ୪୬ ଓ ଦୀପକ ହୁଡ୍ଡା ୩୪ ରନ୍ କରିଥିଲେ । କ୍ୟାପଟେନ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସ ଫେଲ୍‌ ମାରିଥିଲେ ।

ଗତକାଲିର ମ୍ୟାଚରେ ବିଜୟ ପରେ ଏବେ ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଲକ୍ଷ୍ନୌ । ଚଳିତ ସିଜିନରେ ନୂଆ ଦଳ ଭାବେ ସାମିଲ ହୋଇ ୯ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି LSG । ସେହିପରି ପଞ୍ଜାବର ଏହା ପଞ୍ଚମ ପରାଜୟ ହୋଇଥିବା ବେଳେ ୯ଟି ମ୍ୟାଚରୁ ୫ଟିର ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୮ ପଏଣ୍ଟ ସହ ସାତ ନମ୍ବର ସ୍ଥାନରେ ରହିଛି PBKS ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.