ETV Bharat / sports

IPL 2022: ହାଇଦ୍ରାବାଦର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ

author img

By

Published : Apr 17, 2022, 5:42 PM IST

Updated : Apr 17, 2022, 6:36 PM IST

ଆଇପିଏଲରେ ଆଜି ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ଲଢେଇ ଜାରି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୫୨ ରନ୍‌ର ବିଜୟ ଲକ୍ଷ୍ଯ ରଖିଛି । ଅଧିକ ପଢ଼ନ୍ତୁ

IPL 2022: ଉମ୍‌ରାନଙ୍କ ସାଂଘାତିକ ବୋଲିଂ, ପଞ୍ଜାବକୁ ୧୫୧ରେ ରୋକିଲା SRH
IPL 2022: ହାଇଦ୍ରାବାଦର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୨୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯାଉଛି । ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୧୫୧ ରନ୍‌ କରିଛି । ଫଳରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୫୨ ରନ୍‌ର ବିଜୟ ଲକ୍ଷ୍ଯ ରଖିଛି ।

ଟସ୍‌ ଜିତି ପ୍ରଥମେ ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ହାଇଦ୍ରାବାଦ । ତେବେ ଇନିଂସ ଆରମ୍ଭରୁ ହିଁ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର୍‌ ମାତ୍ର ୧୦ ରନ୍‌ ହୋଇଥିବା ବେଳେ ଶିଖର ଧାୱନ ଆଉଟ ହୋଇଥିଲେ । ଏହାପରେ ପ୍ରଭସିମରନ୍ ସିଂ ଓ ଜନି ବେୟାରଷ୍ଟୋ ମଧ୍ୟ ବେଶୀ ସମୟ ପଡ଼ିଆରେ ବିତାଇ ପାରିନଥିଲେ । ପଞ୍ଜାବ ପକ୍ଷରୁ ଲିଭିଂଷ୍ଟୋନ ଏକ ମାତ୍ର ଖେଳାଳି ଭାରେ ଧୂଆଁଦାର ପାଳି ଖେଳିଥିଲେ । ସେ ୬୦ ରନ୍‌ କରି ପାଭେଲିୟନ ଫେରିଥିଲେ ।

ଅନ୍ୟ କୌଣସି ବ୍ୟାଟର ଆଖି ଦୃଶିଆ ବ୍ୟାଟିଂ କରି ପାରିନଥିଲେ । ଦଳର ୪ ଜଣ ଖେଳାଳି ଖାତା ଖୋଲି ପାରିନାହାନ୍ତି । ସେପଟେ ହାଇଦ୍ରାବାଦର ଯୁବଫାଷ୍ଟ ବୋଲର ଉମରାନ ମଲିକ ଶୃଙ୍ଖଳିତ ଓ ଦ୍ରୁତ ବୋଲିଂ ଜାରି ରଖିଥିଲେ । ଫଳରେ ଧରାଶାୟୀ ହୋଇ ପଡ଼ିଥିଲେ ପଞ୍ଜାବର ବ୍ୟାଟର । ଭୁବନେଶ୍ବର କୁମାର ମଧ୍ୟ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଟି ନଟରାଜନ ଓ ସୁଚିତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2022, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.