ETV Bharat / sports

IPL 2021: ଫଟାଫଟ କ୍ରିକେଟରେ ଆୟରଙ୍କ ୪ହଜାର ରନ୍‌ ପୂରଣ

author img

By

Published : Sep 23, 2021, 4:50 PM IST

ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଟି-୨୦ କ୍ରିକେଟରେ ୪୦୦୦ ରନ୍‌ ପୂରଣ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ୨୦୦୦ ଆଇପିଏଲ ରନ୍‌କୁ ଅତିକ୍ରମ କରିଛନ୍ତି । ଅଧିକ ପଢନ୍ତୁ...

IPL 2021: Shreys iyer completes his 4000 runs in  T-20 cricket
IPL 2021: ଫଟାଫଟ କ୍ରିକେଟରେ ଆୟରଙ୍କ ୪ହଜାର ରନ୍‌ ପୂରଣ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ରେ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇଟି ମାଇଲଷ୍ଟୋନକୁ ଅତିକ୍ରମ କରାଯାଇଛି । ଟି-୨୦ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ୪୦୦୦ ରନ୍‌ ପୂରଣ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ୨୦୦୦ ଆଇପିଏଲ ରନ୍‌କୁ ଅତିକ୍ରମ କରିଛନ୍ତି ।

ମେଗା ମାଇଲଷ୍ଟୋନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ଆୟରଙ୍କୁ ଶୁଭେଚ୍ଛା ଜଣାଇଛି । ସେହିପରି ୱିକେଟ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କୁ ଅରେଞ୍ଜ ଆର୍ମୀ, ହାଇଦ୍ରାବାଦ ଫ୍ରାଞ୍ଜାଇଜ ଅଭିନନ୍ଦନ ଜଣାଇଛି ।

ଶ୍ରେୟସ ଆୟର ଆହତ ପରେ ଆଇପିଏଲରେ ଦମଦାର କମବ୍ୟାକ କରିବା ସହ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଉପଯୋଗୀ ଇଂନିସ ଖେଳିଥିଲେ । ଆୟରଙ୍କ ଏହି ୪୦୦୦ ରନ୍‌ ମଧ୍ୟରେ ଅନ୍ତର୍ଜାତୀୟ ଓ ସମସ୍ତ ଟି-୨୦ ମୁକାବିଲା ସାମିଲ ରହିଛି । ୧୫୦ତମ ଟି-୨୦ ମୁକାବିଲାରେ ଆୟର ଏହି ଉପଲବ୍ଧି ହାସଲ କରିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଆୟର ୪୧ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୪୭ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ।

ଏହି ମ୍ୟାଚ୍‌ ପୂର୍ବରୁ ଟି-୨୦ କ୍ରିକେଟରେ ଆୟରଙ୍କ ନାମରେ ୩ହଜାର ୯୭୫ ରନ୍‌ ଥିଲା । କ୍ରିକେଟର ଏହି ଛୋଟ ଫର୍ମାଟରେ ଆୟର ୨ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ରହିଛି । ସେହିପରି ୨ ହଜାରୁ ଅଧିକ IPL ରନ୍‌ ସଂଗ୍ରହ କରିସାରିଥିବାବେଳେ ୧୬ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆୟରଙ୍କ ଉଚ୍ଚତମ ସ୍କୋର ରହିଛି ୯୬ ଓ ଷ୍ଟ୍ରାଇକ ରେଟ୍ ୧୨୬ ରହିଛି । ଫଳରେ ଫ୍ୟାନ୍ସଙ୍କୁ ତାଙ୍କ ନିକଟରୁ ଶତକୀୟ ଇଂନିସ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.