ETV Bharat / sports

ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ରବୀନ୍ଦ୍ର ଜାଡେଜା

author img

By

Published : Aug 29, 2021, 12:11 PM IST

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆଣ୍ଠୁରେ ଆଘାତ ପାଇଥିବା ନେଇ ରବିନ୍ଦ୍ର ଜାଡେଜାଙ୍କୁ ଶନିବାର ଲିଡ୍ସର ଏକ ଡାକ୍ତରଖାନାକୁ ନିଆଯାଇଛି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ ଭର୍ତ୍ତି ଆହତ ରବୀନ୍ଦ୍ର ଜାଡେଜା
ଡାକ୍ତରଖାନାରେ ଭର୍ତ୍ତି ଆହତ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆଣ୍ଠୁରେ ଆଘାତ ପାଇଥିବା ନେଇ ସ୍କାନ କରାଯିବା ନେଇ ଶନିବାର ଲିଡ୍ସର ଏକ ଡାକ୍ତରଖାନାକୁ ନିଆଯାଇଛି । ଭାରତୀୟ ଦଳ ଅଗଷ୍ଟ 30ରେ ଲଣ୍ଡନ ଗସ୍ତ କରିବେ । ସ୍କାନ ରିପୋର୍ଟ ଭଲ ଥାଏ ତେବେ ଜାଡେଜା ଦଳ ସହ ଆସିବେ ।

ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଜାଡେଜା ମ୍ୟାଚର ଦ୍ବିତୀୟ ଦିନରେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁରେ ଆଘାତ ପାଇଥିଲେ । ଏହା ପରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଜାଡେଜା ତାଙ୍କ ଇନଷ୍ଟାଗ୍ରାମରେ ହସ୍ପିଟାଲ ପୋଷାକ ପିନ୍ଧିଥିବା ଏକ ଫୋଟୋ ପୋଷ୍ଟ କରିଥିଲେ । ଜାଡେଜା ଆହତ ହେବା ଟିମ ପାଇଁ ଭଲ ଖବର ନୁହେଁ ।

ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର 2ରେ ଓଭାଲରେ ଆରମ୍ଭ ହେବ । ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ଜାଡେଜାଙ୍କ ବଦଳରେ ସାମିଲ କରିବାର ସମ୍ଭାବନା ରହିଛି । ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ବିନ୍ ଏକ ଇନିଂସରେ ୬ଟି ୱିକେଟ୍ ନେଇଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.